ନୀତି

ଘରେ ଏହି ସ୍ଥାନରେ ରଖନ୍ତୁ ଟ୍ରେଜେରୀ, ହେବେ ମାଲାମାଲ୍‌

ବାସ୍ତୁ ନିୟମ ଅନୁସାରେ ଘରେ ଦିଗ ଅନ୍ତତ୍ୟ ମହତ୍ତ୍ବ ରଖିଥାଏ। କେଉଁ ଦିଗରେ କ’ଣ ରଖିବା ଉଚିତ୍,କ’ଣ ନୁହେଁ ବାସ୍ତୁରେ ଏଥି ସହିତ ଜଡ଼ିତ ଅନେକ କଥା କୁହାଯାଇଛି। ବାସ୍ତୁ ଅନୁସାରେ କିଛି ବାସ୍ତୁ ନିୟମ ପାଳନ କରି ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଜାଣିବା ଟ୍ରେଜେରୀ ରଖିବାର ବାସ୍ତୁ ନିୟମ ଯାହାକୁ ଅବଲମ୍ବନ କରି ଆପଣ ନିଜ ଖର୍ଚ୍ଚକୁ କମ୍ କରି ନିଜ ଧନ ବୃଦ୍ଧି କରିପାରିବେ।

ଭଣ୍ଡାର ଘରକୁ ଘରର ଉତ୍ତର ପଟେ ଥିବା ରୁମରେ ରଖିବା ଆବଶ୍ୟକ। ଟ୍ରେଜେରୀ ଘରେ ରଖିବା ସମୟରେ ଦିଗ ପ୍ରତି ନିଶ୍ଚିତ ଧ୍ୟାନ ରଖନ୍ତୁ। ଆପଣଙ୍କ ଟ୍ରେଜେରୀର ମୁହଁ ପୂର୍ବ ଦିଗ ଆଡ଼କୁ ହେବା ଉଚିତ୍, ଅର୍ଥାତ୍ ଆପଣଙ୍କ ଟ୍ରେଜେରୀର ଦ୍ବାର ପୂର୍ବ ଦିଗକୁ ଖୋଲିବା ଆବଶ୍ୟକ। ଯଦି ଆପଣ ଟ୍ରେଜେରୀର ମୁହଁ ଦକ୍ଷିଣକୁ କରିଛନ୍ତି ତେବେ ଏହାର ମୁହଁ ପୂର୍ବ ଦିଗ ଆଡ଼କୁ କରି ଦିଅନ୍ତୁ। ଟ୍ରେଜେରୀ ରୁମର କେବଳ ଗୋଟିଏ ପ୍ରବେଶ ଦ୍ବାର ରହିବା ଆବଶ୍ୟକ।

money-

ଟ୍ରେଜେରୀକୁ ସବୁବେଳେ ସଫା-ସୁତୁରା ରଖିବା ଆବଶ୍ୟକ। ଏକଥା ପ୍ରତି ଧ୍ୟାନ ରଖନ୍ତୁ ଯେ ଏଥିରେ କୌଣସି ପ୍ରକାରର ଅଦରକାରୀ ଜିନିଷ ଏବଂ ବର୍ଜ୍ୟ ଜିନିଷ ନ ରହିବା ଉଚିତ୍। ସେହିପରି ଟ୍ରେଜେରୀକୁ କେବେ ଅପରିଷ୍କାର ହାତରେ ଧରନ୍ତୁ ନାହିଁ। ଏଥିପାଇଁ ଉଦ୍ୟମ କରନ୍ତୁ ଯେ ଏହାର ସ୍ଥାନ ସବୁବେଳେ ସଫା ସୁତୁରା ରହିବା ଉଚିତ। ବାସ୍ତୁର ଏହି ଉପାୟ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦୂର କରି ଧନମାର୍ଗ ଖୋଲିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button