ସ୍ୱାସ୍ଥ୍ୟ

ଡାଇବେଟିସ ରୋଗୀଙ୍କ ସୁଗାର କେଣ୍ଟ୍ରାଲ କରିବ ଏକ ଏକପ୍‌ ଚା, ଟ୍ରାଏ କରି ଦେଖନ୍ତୁ

ଅଳେଇଚରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିୟା ମହଜୁଦ୍‌ ରହିଥାଏ। ଏହି ତତ୍ତ୍ୱ ଓଜନ କମ୍‌ କରିବାରେ ବହୁତ କାରିଗରୀ ହୋଇଥାଏ। ଯାହାଫଳରେ ଲୋକଙ୍କ ଶରୀରରେ ବ୍ଲଡ ସୁଗାର କଣ୍ଟ୍ରୋଲରେ ରହିଥାଏ। ପ୍ରତିଦିନ ଗୋଟେ ଚାମଚ ଅଳେଇଚ ପାଉଡର ବ୍ୟବହାର କରିବା ଦ୍ୱାରା ଶରୀରରେ ଡାଇିବେଟିସର ପ୍ରଭାବକୁ କମ୍‌ କରାଯାଇପାରିବ। ଚିନ୍ତା ଦୂର କରିବାରେ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି-ଇନଫ୍ଲାମେଣ୍ଟ୍ରି ଏବଂ ହାଇପୋଲିପିଡେମିକ ଗୁଣ ରହିଥାଏ ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ବିନା ଚିନି ଆଉ ଅଳେଇଚ ମିଶା ଚା ପିଇବା ଦ୍ୱାରା ଡାଇବେଟିସ ରୋଗୀଙ୍କ ସୁଗାରର ସ୍ତର ନିୟନ୍ତ୍ରଣରେ ରହିଥାଏ।

chaକ୍ଷୀର ଏବଂ ଅଳେଇ ଚା

ସର୍ବପ୍ରଥମେ ଏକ କପ୍‌ ପାଣି ଫୁଟାନ୍ତୁ, ସେଥିରେ ଅଳେଇଚକୁ ଗୁଣ୍ଡ କରି କିମ୍ବା କୁଟିକି ପକାନ୍ତୁ। ଏହାସହିତ ଚାପତି ମଧ୍ୟ ମିଶାନ୍ତୁ। ଯେତେବେଳେ ଏହା ଭଲଭାବେ ଫୁଟିଯିବ ସେଥିରେ ନିଜ ଆବଶ୍ୟକ ଅନୁଯାୟୀ କ୍ଷୀର ମିଶାନ୍ତୁ। ଗ୍ୟାସ କମ୍‌ କରିଦିଅନ୍ତୁ ଏବଂ ଚାକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ। ଆପଣ ଚାହିଁଲେ ଏଥିରେ ଅଦା ଏବଂ ତୁଳସୀ ପତ୍ର ମଧ୍ୟ ମିଶାଇ ପାରିବେ। ଏଥିରେ ଚା ଅଧିକ ଲାଭଦାୟକ ଏବଂ ସ୍ୱାଦିଷ୍ଟ ହୋଇଯାଏ।

ଅଳେଇଚ ଏବଂ ଗୋଲମରୀଚ ଚା

chaଏକ କପ୍‌ ପାଣି ଫୁଟାନ୍ତୁ ଏବଂ ସେଥିରେ ଅଳେଇଜ ଏବଂ ୨ଟି ଗୋଲମରୀଚ ଓ ଗୋଟିଏ ଡାଲଚିନିର ଛୋଟ ଖଣ୍ଡ ମିଶାଇ ପାରିବେ। ଏବେ ଏହାକୁ ଭଲଭାବେ ଧୀମା ଆଞ୍ଚରେ ଫୁଟାନ୍ତୁ। ବିନା କ୍ଷୀରରେ ପ୍ରସ୍ତୁତ ଏହି ଚାର ସ୍ୱାଦ ବନାଇବା ପାଇଁ ଆପଣ କ୍ଷୀର ମଧ୍ୟ ଏଥିରେ ମିଶାଇ ପାରିବେ।

ବ୍ଲାକ ଟି

ଆପଣ ବ୍ଲାକ ଟି ପିଉଥିଲେ ଏଥିରେ ମଧ୍ୟ ଅଳେଇଚ ମିଶାଇ ପାରିବେ। ଅଳେଇଚକୁ କୁଟି କିମ୍ବା ତାହାର ଚୋପାକୁ ଚାରେ ମିଶାନ୍ତୁ। ଏହାସହିତ ଅନ୍ୟ ଜରୁରୀ ମସଲା ମଧ୍ୟ ମିଶାଇ ପାରିବେ।

ତେବେ ଡାଇବେଟିସ ରୋଗୀଙ୍କ ପାଇଁ ଅଳେଇଚ ପାଉଡର ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ଚା ସଉକ, ତାହେଲେ ଚାରେ ନିଶ୍ଚିତ ଭାବରେ ଅଳେଇଚ ପାଉଡର ପକାଇ ପିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button