ଗୋଟିଏ କପ୍ ହଳଦୀ ମିଶା କ୍ଷୀରରେ ଅନେକ ଫାଇଦା, ବହୁ ରୋଗରୁ କରିଥାଏ ରକ୍ଷା

ହଳଦୀ ଦୁଧ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଅନେକ ସମୟରେ ଘରର ବୟସ୍କ ଲୋକମାନେ ଆଘାତ, ଦରଜ କିମ୍ବା ଥଣ୍ଡା ଓ କାଶ ପାଇଁ ହଳଦୀ କ୍ଷୀର ପିଇବାକୁ ପରାମର୍ଶ ଦେଉଥିଲେ । ହଳଦୀ ମିଶା କ୍ଷୀରର ବ୍ୟବହାର ବହୁ ପୁରାତନ । ଆସନ୍ତୁ ଜାଣିବା ଆଉ କ’ଣ ଫାଇଦା ରହିଛି ହଳଦୀ ମିଶା କ୍ଷୀର ସେବନ ଦ୍ୱାରା …

କ୍ଷୀର ଏବଂ ହଳଦୀର କ’ଣ ରହିଛି ଗୁଣ :
କ୍ଷୀରରେ କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍ ଓ ଭିଟାମିନ ରହିଛି । ଏଇଥିପାଇଁ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ । ଜଣେ ସ୍ୱାସ୍ଥ୍ୟ ବ୍ୟକ୍ତି ପାଇଁ ଦିନକୁ ୫୦୦ରୁ ୧୦୦୦ ମିଲିଗ୍ରାମ କରକ୍ୟୁମିନ୍ ଦରକାର ହୋଇଥାଏ । ଆମେ ୧ ଚାମଚ ହଳଦୀରୁ ୨୦୦ ମିଲିଗ୍ରାମ କରକ୍ୟୁମିନ୍ ପାଇଥାଉ । ତେଣୁ ସାରା ଦିନରେ ଜଣେ ବ୍ୟକ୍ତି ପାଇଁ ୪ରୁ ୫ ଚାମଚ ହଳଦୀ ଆବଶ୍ୟକ ପଡ଼ିଥାଏ ।
ହାଡ଼ର ଦରଜ ଦୂର ହୋଇଥାଏ : ଯଦି ଆପଣଙ୍କ ହାଡ଼ରେ ଦରଜ ଥାଏ । ତେବେ ହଳଦୀ କ୍ଷୀର ଏଥିପାଇଁ ବହୁତ ଉପକାରୀ ହୋଇଥାଏ । ୧ ଗ୍ଲାସ ଗରମ ଦୁଧରେ ୨ ଚୁଟ୍କି ହଳଦୀ ପକାଇ ରାତିରେ ଶୋଇବା ପୂର୍ବରୁ ପିଇଲେ ହାଡ଼ ମଜଭୁତ ହେବା ସହ ଦରଜ ମଧ୍ୟ ଭଲ ହୋଇଥାଏ ।

ହଜମ କ୍ରିୟା ଠିକ୍ ରଖିଥାଏ : ହଳଦୀରେ ଏଣ୍ଟି ଅକ୍ସିଡାଣ୍ଟ ଥିବାରୁ ଶରୀରରୁ ଟକ୍ସିନ ବାହାର କରିବା ସହ ହଜମ କ୍ରିୟା ଠିକ୍ କରିଥାଏ ।
ଥକ୍କାପଣ ଦୂର କରିଥାଏ : ଯଦି ଆପଣଙ୍କୁ ଥକ୍କା ଆସୁଥାଏ କିମ୍ବା ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ହଳଦୀ କ୍ଷୀର ବହୁତ ଉପକାରୀ ହୋଇଥାଏ । ଏହା ଓଜନ ମଧ୍ୟ କମାଇଥାଏ ।

ତ୍ୱଚାର ସୈାନ୍ଦର୍ଯ୍ୟ ବଢ଼ାଇଥାଏ : ତ୍ୱଚା(ଚର୍ମ) ପାଇଁ ହଳଦୀ କ୍ଷୀର ଅମୃତ ସମାନ ହୋଇଥାଏ । ଏହା ତ୍ୱଚାରେ ଉଜ୍ଜଳ ଆଣିଥାଏ । କେବଳ ସେତିକି ନୁହେଁ ଆଜ୍ମା ଓ କଫରୁ ମୁକ୍ତି ଦେବା ସହ ଶୋଇବା ପୂର୍ବରୁ ପିଇଲେ ଭଲ ନିଦ ହୋଇଥାଏ ।
