ମନୋରଞ୍ଜନ
ପାର୍ବଣରେ ଘରେ ବନାନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଞ୍ଚା କଦଳୀ ପକୋଡି

ଶାରଦୀୟ ଦୁର୍ଗାପୂଜା ଆସିବାକୁ ଯାଉଛି, ଆଉ ମାତ୍ର କେଇଟା ଦିନ ପରେ ମାତାରାଣି ସମର୍ପିତ କରିବେ। ଏହି ଦିନରେ ଭକ୍ତଗଣ ବ୍ରତ-ଉପବାସ କରନ୍ତି। କିନ୍ତୁ ଶରୀରରେ ଏନର୍ଜି ପାଇଁ ବ୍ରତ ସମୟରେ ଫଳାହାର ଗ୍ରହଣ କରାଯାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସ୍ୱାଦିଷ୍ଟ କଞ୍ଚା କଦଳୀ ପାକୋଡି ରେସିପି ନେଇ ଆସିଛୁ। ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- କଞ୍ଚା କଦଳୀ – ୪ଟି
- ଅଟା – ୧୫୦ ଗ୍ରାମ
- କଳା ଲୁଣ – ସ୍ୱାଦାନୁସାରେ
- କଞ୍ଚା ଲଙ୍କା – ୨ଟି
- ପାନମଧୁରୀ – ୧/୨ ଛୋଟ ଚାମଚ
- ଗୋଲମରୀଚ ପାଉଡର – ସ୍ୱାଦାନୁସାରେ
- ଧନିଆ ପତ୍ର – ୨ ବଡ ଚାମଚ (କଟା ହୋଇଥିବା)
- ତେଲ – ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ କଦଳୀକୁ ଚୋପା ସହିତ ଦୁଇ ଫାଳରେ କାଟି କୁକରରେ ସିଝାଇ ଦିଅନ୍ତୁ।
- ଥଣ୍ଡା ହେବା ପରେ କଦଳୀ ଚୋପାକୁ ବାହାର କରି ଗୋଲ ଗୋଲ କରି କାଟି ଦିଅନ୍ତୁ।
- ଏକ ପାତ୍ରରେ ଅଟା, କଞ୍ଚାଲଙ୍କା, ବିଟ ଲୁଣ, ଗୋଲମରୀଚ ପାଉଡର, ପାନମଧୁରୀ ଏବଂ ଧନିଆ ପାଉଡର ପାକଇ ଘୋଳ ପ୍ରସ୍ତୁତ କରନ୍ତୁ।
- ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।
- ପ୍ରସ୍ତୁତ କରି ରଖିଥିବା ଘୋରେ କାଟି ରଖିଥିବା କଦଳୀ ଖଣ୍ଡକୁ ବୁଡାଇ କୁରକୁରା ହେବା ଯାଏଁ ତେଲରେ ଛାଣନ୍ତୁ।
- ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କଦଳୀ ପକୋଡି।
- ଆପଣ ଏହାକୁ ଟମାଟୋ କିମ୍ବା ପୁଦିନା ଚଟଣୀ ସହିତ ଗରମା ଗରମ ଖାଇପାରିବେ।



