ସ୍ୱାସ୍ଥ୍ୟ

ପ୍ରତିଦିନ ଖାଆନ୍ତୁ ଖଣ୍ଡେ କଞ୍ଚା ନଡ଼ିଆ, ଦୂର ହୋଇଯିବ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା

ନଡ଼ିଆ ଏମିତି ଏକ ଫଳ, ଯାହା ଠାକୁରଙ୍କ କାର୍ଯ୍ୟରେ ଯେତିକି ମହତ୍ତ୍ୱ ରଖିଥାଏ, ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଫଳପ୍ରଦ। ନଡ଼ିଆର ଏତେ ଲାଭଦାୟକ ଗୁଣ ଭରି ରହିଛି ଯେ ଆପଣ ଜାଣିଲେ ବିଶ୍ୱାସ କରିବେନି। ଭିଟାମିନ ଏବଂ ମିନେରାଲସରେ ଭରପୂର ଥିବା କାରଣରୁ ନଡ଼ିଆକୁ ଏକ ‘ସୁପରଫୁଡ଼’ କୁହାଯାଇଥାଏ। ଏଥିରେ ଅନେକ ପୋଷାକ ତତ୍ତ୍ୱ ରହିଛି, ଯାହା ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ। ଆସନ୍ତୁ ଜାଣିବା ନଡ଼ିଆର ପ୍ରୟୋଗ କେତେ ଫାଇଦାଯୁକ୍ତ ହୋଇଥାଏ।

ddf

୧. ଶରୀର ଏବଂ ପେଟ ଗରମକୁ କମ କରିବା ପାଇଁ ନଡ଼ିଆ ଖାଆନ୍ତୁ। ନଡ଼ିଆ ପାଣି ପିଇଲେ ଏହା ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ।

୨. ଯଦି ଆପଣଙ୍କୁ ଅନିଦ୍ରା ସମସ୍ୟା ରହିଛି, ତେବେ ରାତିରେ ଖାଦ୍ୟ ଖାଇସାରିବାର ଅଧ ଘଣ୍ଟା ପରେ ଖଣ୍ଡେ ନଡ଼ିଆ ନିଶ୍ଚିତ ଖାଆନ୍ତୁ। ଏହାପରେ ଦେଖନ୍ତୁ କେମିତି ନିଦ ଆସୁଛି।

୩. ଫାଇବରରେ ଭରପୂର ନଡ଼ିଆ ଆପଣଙ୍କ ପାଚନ ତନ୍ତ୍ରକୁ ଠିକ କରି କବଜ ଭଳି ସମସ୍ୟାକୁ ଦୂର କରିଦେଇଥାଏ। ଫଳରେ ପେଟ ଭଲ ଭାବେ ସଫା ହୋଇଯାଇଥାଏ।

Artistic Plate With Coconuts

୪. ପ୍ରତିଦିନ ନଡ଼ିଆ ସେବନ କଲେ ଏହା ଆପଣଙ୍କ ଭୋକକୁ କଣ୍ଟ୍ରୋଲ କରି ମେଟାବଲିଜମକୁ ବଢ଼ିଆ କରିବ। ଏହାସହ ଶରୀରରେ ଜମିଥିବା ଅତିରିକ୍ତ ଫ୍ୟାଟକୁ ଜଳାଇବାରେ ସାହାଯ୍ୟ କରିବ।

୫. ନଡ଼ିଆ ସାଚୁରେଟେଡ ଫ୍ୟାଟରେ ଭରପୂର। ଯଦି ଆପଣ ପ୍ରତିଦିନ ଖଣ୍ଡେ ନଡ଼ିଆ ଖାଇବେ, ତେବେ ଏହା ଭଲ କୋଲେଷ୍ଟ୍ରୋଲକୁ ବଜାୟ ରଖିବ ଏବଂ ଖରାପ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିବ। ମୁଖ୍ୟତଃ ଆପଣଙ୍କ ହାର୍ଟକୁ ବହୁତ ବଡ଼ ଫାଇଦା ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button