ମନୋରଞ୍ଜନ
ଦଶହରା ଅବସରରେ ମିଠାରେ ବନାନ୍ତୁ ଚକୋଲେଟ ମାଓ୍ଵା ବର୍ଫି, ଘରେ ହେବ ଅତି ସହଜରେ

ଭୋଜନ ପରେ ମିଠା ଖାଇବା ଅନେକ ଲୋକଙ୍କର ଅଭ୍ୟାସ ଥାଏ। କିନ୍ତୁ ଏବେର କରୋନା ସମୟରେ ଲୋକମାନେ ବାହାରୁ କିଣିବା ଅପେକ୍ଷା ଘରେ ବନାଇବା ଭଲ ହେବ। ଏମିତିରେ ଆପଣ ଚାହିଁବେ ତ ଘରେ ଚକୋଲେଟ ମାଓ୍ଵା ବର୍ଫି ବନାଇ ମିଠା ଖାଇବାର ଇଚ୍ଛାକୁ ପୂରା କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ମାଓ୍ଵା – ଅଢ଼େଇ କପ୍
- କୋକୋ ପାଉଡର – ୨ ଟେବୁଲ ଚାମଚ
- ଚିନି – ୩ ଟେବୁଲ ଚାମଚ
- ଗୋଲାପ ଜଳ – ୧ ଟେବୁଲ ଚାମଚ
- ଅଳେଇଚ ପାଉଡର – ୧ ଚାମଚ
- ବାଦାମ – ୨ ଟେବୁଲ ଚାମଚ (ଛୋଟ କଟା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ କଡାକୁ ଧୀମା ଆଞ୍ଚରେ ଗରମ କରନ୍ତୁ।
- ଏବେ ସେଥିରେ ଖୁଆ ବା ମାଓ୍ଵା ପକାଇ ୫-୭ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ।
- ଖୁଆ ମିଳାଇବା ପରେ ସେଥିରେ ଚିନି, ଅଳେଇଚ ପାଉଡର ଏବଂ ଜଳ ପକାଇ ମିକ୍ସ କରନ୍ତୁ। ଏହାକୁ ୪-୫ ମିନିଟ୍ ଚଲାନ୍ତୁ।
- ଖୁଆ ଭଲଭାବେ ମିଶି ଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।
- ଏବେ ଏକ ଅଲଗା ପ୍ଲେଟରେ ଘିଅ ପକାଇ ଖୁଆକୁ କୋକୋ ପାଉଡରରେ ମିକ୍ସ କରନ୍ତୁ।
- ଏହାପରେ କୋକୋ ପାଉଡରର ମିଶ୍ରଣକୁ ପ୍ଲେଟ ଉପରେ ରଖନ୍ତୁ।
- ଏହାପରେ ଏହା ଉପରେ ବାଦାମ ପକାଇ ହାଲକା ହାତରେ ଦବାନ୍ତୁ, ଯେମିତି ଚକୋଲେଟରେ ଏହା ଭଲଭବେ ଲାଗିକି ରହିବ।
- ଏବେ ପ୍ରସ୍ତୁତ ମିଶ୍ରଣକୁ ସେଟ ହେବା ପାଇଁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ।
- ଦୁଇ ଘଣ୍ଟା ସମୟ ପରେ ଏହାକୁ ଫ୍ରିଜରୁ ବାହାର କରି ଛୁରି ସାହାଯ୍ୟରେ ନିଜ ମନପସନ୍ଦର ଆକାର ଦେଇ କାଟି ଦିଅନ୍ତୁ।



