ମନୋରଞ୍ଜନ
ମାତ୍ର ୫ ମିନିଟରେ ପ୍ରସ୍ତୁତ କରନ୍ତୁ ‘ବ୍ରାଉନ ରେଡ ଦହି ବରା’, ଖାଇବାକୁ ଏକଦମ୍ ସ୍ୱାଦିଷ୍ଟ

ଆବଶ୍ୟକ ସାମଗ୍ରୀ
- ବ୍ରାଉନ ବ୍ରେଡ ସ୍ଲାଇସ୍ –୮ଟି
- ଦହି – ୩ ରୁ ୪ କପ
- କଳା ଲୁଣ – ଅଧା ଚାମଚ
- ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ
- ଜିରା ପାଉଡର – ୧ ଛୋଟ ଚାମଚ
- ଲୁଣ – ସ୍ୱାଦାନୁସାରେ
- ଚିନି – ୧/୪ କପ୍
- ପୋଦିନା କିମ୍ବା ଧନିଆ ଚଟଣୀ
- ଟମାଟୋ ସସ୍
- ଡାଲିମ୍ବ ମଞ୍ଜି
ପ୍ରସ୍ତୁତି ପ୍ରଣାଳୀ
- ବ୍ରେଡ ସ୍ଲାଇସର ଚାରିପାଖ କାଟି ବାହାର କରିଦିଅନ୍ତୁ। ଏହାକୁ ପାତ୍ରରେ ରଖନ୍ତୁ। ସେଥିରେ କଳା ଲୁଣ, ଲାଲ ଲଙ୍କା ପାଉଡର, ଜିରା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ସମାନ ଭାଗରେ ବାଣ୍ଟି ଦିଅନ୍ତୁ ଏବଂ ଗୋଲ ଆକାର ଦେଇ ହାଲକା ଦବାଇ ଦିଅନ୍ତୁ। ଏହା ଆପଣଙ୍କ ବରା ପ୍ରସ୍ତୁତ ହୋଇଗଲା।
- ଏବେ ଏକ ଅଲଗା ସର୍ଭିଂ ପ୍ଲେଟରେ ବରା ରଖନ୍ତୁ।
- ପୁଣି ଆଉ ପାତ୍ରରେ ରଖିଥିବା ଦହି ଏବଂ ଚିନି ପକାଇ ଫେଣ୍ଟନ୍ତୁ। ଚିନି ଦହି ମିଶିଲା ପଯ୍ୟର୍ନ୍ତ ଫେଣ୍ଟନ୍ତୁ।
- ଏବେ ଏହି ବରା ଉପରେ ଦହିର ମିଶ୍ରଣକୁ ଭରନ୍ତୁ ଏବଂ ଏହା ଉପରେ ଧନିଆ କିମ୍ବା ପୋଦିନା ଚଟଣୀ, ମିଠା ଚଟଣୀ ପକାନ୍ତୁ। ଏହା ଉପରେ ଲାଲ ଲଙ୍କା ପାଉଡର ଏବଂ କଳା ଳୁଣ ଓ ଡାଲିମ୍ବ ମଞ୍ଜିରେ ସଜାଇ ତୁରନ୍ତ ସର୍ଭ କରନ୍ତୁ।



