ନୀତି

ଦଶହରାରେ ଯଦି ଏହି ତିନିଟି ଜିନିଷ ଦେଖନ୍ତି, ତେବେ ଚମକିବ ଭାଗ୍ୟ

ଶାରଦୀୟ ନବରାତ୍ରି ସମାପ୍ତ ହେବା ପରଦିନ ହିଁ ଦଶହରା ଅର୍ଥାତ୍‌ ବିଜୟା ଦଶମୀ ପାଳନ କରାଯାଏ। ଏହି ଉତ୍ସବରେ ଖରାପ ଉପରେ ସତ୍ୟର ବିଜୟର ପ୍ରତୀକ। ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ, ଦଶହରା ଦିନ ଭଗବାନ ରାମ ରାବଣକୁ ବଧ କରି ବିଜୟ ହାସଲ କରିଥିଲେ। ବିଜୟ ଦଶମୀ ଚଳିତବର୍ଷ ୨୫ ଅକ୍ଟୋବର ଅର୍ଥାତ୍‌ ଆଜି ପାଳନ କରାଯାଉଛି। ଜ୍ୟୋତିଷବିଦ୍‌ଙ୍କ କହିବାନୁଯାୟୀ, ଏହି ଦିନରେ କିଛି ଖାସ୍‌ ଜିନିଷ ଦର୍ଶନ କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ। ତେବେ ଏଗୁଡିକ କ’ଣ ଆସନ୍ତୁ ଜାଣିବା…

ବିଜୟ ଦଶମୀ ଦିନ ଜଳରେ ପହଁରୁଥିବା ମାଛ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି କୌଣସି ନଦୀ କିମ୍ବା ପୋଖରୀ କୂଳରେ ଯିବା ସମୟରେ ଆପଣ ପାଣିରେ ପହଁରୁଥିବା ମାଛ ଦେଖନ୍ତି, ତେବେ ଆପଣଙ୍କ ଭାଗ୍ୟ ଚମକିବ। ଏହା ଆପଣଙ୍କ ଜୀବନର ତମାମ ସଙ୍କଟ ଦୂର ହେବାର ସଙ୍କେତ ଦେଇଥାଏ।

fish

ବିଜୟ ଦଶମୀକୁ ଯାତ୍ରା ତିଥି ମଧ୍ୟ କହନ୍ତି। ଯଦି ଗାଁ ଓ ସହରଦୂର ସ୍ଥାନକୁ ଯିବା ସମୟରେ ଭଗବାନଙ୍କ ମନ୍ଦିରରେ ଦେବଙ୍କୁ ଦର୍ଶନ କରନ୍ତି ତେବେ ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଆପଣ ଭଗବାନ ରାମ କିମ୍ବା ଭଗବାନ ଶିବଙ୍କୁ କୌଣସି ମନ୍ଦିର ଯାଇ ଦର୍ଶନ କରିପାରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦଶହରା ଦିନ ନୀଳକଣ୍ଠ ପକ୍ଷୀକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଦଶହରାରେ ଏହି ପକ୍ଷୀକୁ ଦେଖିବା ବହୁତ ଶୁଭ ସଂକେତ ଦେଇଥାଏ। ଭଗବାନ ରାମ ଏହି ପକ୍ଷୀକୁ ଦେଖି ରାବଣକୁ ପରାଜିତ କରିଥିଲେ। ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ରୂପ ବୋଲି କୁହାଯାଏ।

bird

ଦଶହରା ଦିନ ପାନ ଖାଇବାର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନ ଶ୍ରୀରାମ ଭକ୍ତ ହନୁମାନଙ୍କୁ ପାନ ଅର୍ପଣ କରିବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ପାନକୁ ବିଜୟ ସୂଚକ ଭାବେ ଗ୍ରହଣ କରାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button