ମନୋରଞ୍ଜନ

ମାତାରାଣୀଙ୍କୁ ଭୋଗ ଲଗାନ୍ତୁ ଘର ତିଆରି ସନ୍ଦେଶ, ବନାଇବା ପୂରା ସହଜ

ଆବଶ୍ୟକ ସାମଗ୍ରୀ

  • କ୍ଷୀର – ୨ ଲିଟର
  • ଲେମ୍ବୁ ରସ
  • ଭିନେଗାର କିମ୍ବା ଦହି – ୨ ଟେବୁଲ ଚାମଚ
  • ଚିନି ପାଉଡର – ୧/୨ କପ୍‌
  • ଡାଲଚିନି ପାଉଡର – ୧/୪ ଚାମଚ
  • ବାଦାମ – ୩ ଟେବଲ ଚାମଚ (ସଜେଇବା ପାଇଁ)
  • ପିସ୍ତା – ୩ ଟେବୁଲ ଚାମଚ (ସଜାଇବା ପାଇଁ)
  • ଚେରୀ – ୩ ଟେବୁଲ ଚାମଚ (ଗାର୍ନିସ ପାଇଁ)

ପ୍ରସ୍ତୁତି ପ୍ରଣାଳୀ

  1. ଏକ ପ୍ୟାନରେ ୨ ଲିଟର କ୍ଷୀରରେ ଲେମ୍ବୁ ରସ, ଭିନେଗାର କିମ୍ବା ଦହି ପକାଇ ଭଲଭାବେ ଫୁଟାନ୍ତୁ।
  2. କ୍ଷୀରକୁ ସେତେ ପଯ୍ୟର୍ନ୍ତ ଫୁଟାନ୍ତୁ, ଯେତେବେଳେ ଏହା ଛେନା ନ ହୋଇଛି।
  3. ଏହାପରେ ଏହାକୁ ନରମ କପଡାରେ ଛାଣି ସେଥିରେ ଥଣ୍ଡା ପାଣି ପକାନ୍ତୁ। ଏବେ ଏହାକୁ ୩୦ ମିନିଟ୍‌ ପାଇଁ ସାଇଡରେ ରଖନ୍ତୁ। ଯାହାଦ୍ୱାରା ସବୁ ପାଣି ବାହାରିଯିବ।
  4. ଏକ ପାତ୍ରରେ ଛେନାକୁ ପକାଇ ଭଲଭାବେ ଚକଟି ଦିଅନ୍ତୁ। ଏବେ ଏହାକୁ ଅଟା ଭଳି ଚକଟନ୍ତୁ। ଏହାପରେ ଏଥିରେ ୧/୨ କପ୍‌ ପାଉଡର ସୁଗାର ପକାଇ ପୁର୍ନବାର ଚକଟି ଦିଅନ୍ତୁ।
  5. ଏବେ ପ୍ୟାନରେ ଛେନା ମିଶ୍ରଣକୁ ପକାଇ ୧/୪ ଚାମଚ ଡାଲିଚିନି ପାଉଡର ପକାଇ ୫ ମିନିଟ୍‌ ପଯ୍ୟର୍ନ୍ତ ଗ୍ୟାସରେ ବସାନ୍ତୁ। ଏହାପରେ
  6. ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।
  7. ଅଟାକୁ ସାମାନ୍ୟ ହାତରେ ନେଇ ପେଡା ଭଳି ଆକାର ଦିଅନ୍ତୁ। ଏହିଭଳି ଭାବେ ସମସ୍ତ ପେଡା ପ୍ରସ୍ତୁତ କରନ୍ତୁ।
  8. ଏବେ ଆପଣ ଏହାକୁ ଟ୍ରେରେ ସଜାଇ ଚେରୀ, ବାଦାମ ଏବଂ ପିସ୍ତା ସହିତ ଗାର୍ନିସ କରନ୍ତୁ।
  9. ଏବେ ଆପଣଙ୍କର ସନ୍ଦେଶ ପ୍ରସ୍ତୁତ ହୋଇଯାଇଛି। ଦଶହରା ଉପଲକ୍ଷେ ଆପଣ ଏହାକୁ ବନାଇ ପାରିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button