ମନୋରଞ୍ଜନ

ଏହି ସମସ୍ୟାରେ ଥିବା ଲୋକ ଭୁଲରେ ବି ଖାଆନ୍ତୁନାହିଁ ବାଇଗଣ, ନଚେତ୍‌ ଫଳ ହୋଇପାରେ ଓଲଟା

ବାଇଗଣ ଭର୍ତ୍ତା ଅନେକ ଲୋକଙ୍କର ବହୁତ ପ୍ରିୟ ହୋଇଥାଏ। ଏହାକୁ ଆମେ ବହୁତ ମଜାରେ ଖାଇଥାନ୍ତି। ଟେଷ୍ଟୀ ବ୍ୟତୀତ ବାଇଗଣରେ ପ୍ରସ୍ତୁତ ବ୍ୟଞ୍ଜନ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଫାଇଦାପୂର୍ଣ୍ଣ ମଧ୍ୟ ହୋଇଥାଏ। ଥଣ୍ଡା ହୋଇଥିଲେ ବାଇଗଣ ଖାଇବାର ବହୁତ ଫାଇଦା ରହିଛି। ଏଥିରେ ଥିବା ପୋଷକ ତତ୍ତ୍ୱ ଅନ୍ୟ ପରିବାରେ ମିଳିନଥାଏ। କିନ୍ତୁ କଣ ଆପଣ ଜାଣନ୍ତି କିଛି ସ୍ଥିତିରେ ବାଇଗଣ ଖାଇବା ଆପଣଙ୍କ ପାଇଁ ବିଷ ଭଳି ହୋଇପାରେ। କିଛି ଏଭଳି ସ୍ଥିତି ଅଛି ଯେଉଁଥିରେ ବାଇଗଣ ଖାଇବା ଦ୍ୱାରା ସମସ୍ୟା ବଢ଼ିଯାଇଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ସମସ୍ୟାରେ ବାଇଗଣ ଖାଇବା ଅନୁଚିତ।

ଏହି ସମସ୍ୟା ଥିଲେ କରନ୍ତୁନାହିଁ ବାଇଗଣ

ବବାସିର ସମସ୍ୟାରେ ଥିବା ଲୋକ ବାଇଗଣ ସେବନ କରିବା ଅନୁଚିତ। ନଚେତ ଆପଣଙ୍କ ସମସ୍ୟା ବଢ଼ିଯାଇପାରେ।

baiganaaଡିପ୍ରେସର ସ୍ଥିତିରେ

ଯଦି ଆପଣ ଡିପ୍ରେସନ ପାଇଁ ମେଡିସିନ ନେଉଛନ୍ତି ତାହେଲେ ବାଇଗଣ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ। ବାଇଗଣ ସେବନ ଦ୍ୱାରା ଆପଣଙ୍କ ଶରୀରରେ ଔଷଧର ପ୍ରଭାବ କମ୍‌ ହୋଇଥାଏ।

ଫ୍ୟାଟ ସମସ୍ୟାରେ

ଛଣା କିମ୍ବା ତେଲରେ ଭଜା ହୋଇଥିବା ବାଇଗଣରେ ଫ୍ୟାଟର ମାତ୍ରା ଅଧିକ ହୋଇଥାଏ। ଯାହା ଓଜନ ବଢ଼ାଇବା କାମ କରିଥାଏ ଏବଂ ହୃଦୟକୁ କ୍ଷତି ପହଁଚାଇଥାଏ। ଏଥିପାଇଁ ଯଦି ଆପଣଙ୍କ ଶରୀରରେ ଚର୍ବି ଅଧିକ ଥାଏ ତାହେଲେ ବାଇଗଣ ସେବନ କରନ୍ତୁନାହିଁ।

ଆଲର୍ଜି ସମସ୍ୟାରେ

ଯେଉଁ ଲୋକଙ୍କର ଆଲର୍ଜି ସମସ୍ୟା ଥାଏ, ସେମାନଙ୍କୁ ବାଇଗଣ ଠାରୁ ଦୂରେଇ ରହିବା ଉଚିତ। କାରଣ ଆଲର୍ଜିକୁ ଏହା ଟ୍ରିଗର କରିପାରେ ଏବଂ ଆପଣଙ୍କ ପୂରା ଶରୀରରେ ଆଲର୍ଜି ବ୍ୟାପି ଯାଇପାରେ।

baiganଆଖିରେ ଜ୍ୱଳନ ହେବାଦ୍ୱାରା

ଯେଉଁ ଲୋକଙ୍କ ଆଖି ସବୁବେଳେ ଜଳିବା କିମ୍ବା ପୋଡିବା ଭଳି ସମସ୍ୟା ଥାଏ ଅଥବା ନେତ୍ର ବିକାର ସମସ୍ୟାରେ ପୀଡିତ ସେମାନଙ୍କୁ ବାଇଗଣ ସେବନ କରିବା ଅନୁଚିତ। କାରଣ ଏହାର ସେବନକୁ ଏହା ଆହୁରି ବଢ଼ାଇ ଦେଇଥାଏ।

ବାଇଗଣ ଖାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ବାଇଗଣକୁ କେବେବି ଛାଣିକି ଖାଆନ୍ତୁନାହିଁ। ଏପରି କରିବା ଦ୍ୱାରା ଏଥିରେ ଥିବା ସବୁ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ଏଥିପାଇଁ ବାଇଗଣକୁ ଭାଜିକି କିମ୍ବା ସିଝାଇକି ଖାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button