ମନୋରଞ୍ଜନ

ବେସନ ନୁହେଁ ଚାଉଳ ଗୁଣ୍ଡରେ ବନାନ୍ତୁ ବଢ଼ିଆ ଟେଷ୍ଟୀ ଢ଼ୋକଲା, ମୁହଁରେ ଆସିଯିବ ପାଣି

ଗୁଜରାଟରେ ପ୍ରସିଦ୍ଧ ବ୍ୟଞ୍ଜନ ହେଉଛି ଢ଼ୋକଲା। ଏହାର ସ୍ୱାଦ ପ୍ରାୟ ସମସ୍ତେ ନେଇଥିବେ। ଏହାକୁ ପ୍ରାୟ ଲୋକ ବେସନରେ ବନାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଚାଉଳର ପ୍ରସ୍ତୁତ ଡୋକଲା ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ଏକଦମ୍‌ ନୂଆ ସ୍ୱାଦ ଦେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଚାଉଳ ଗୁଣ୍ଡ – ୨୫୦ ଗ୍ରାମ
  • ସୁଜି – ୩୦ ଗ୍ରାମ
  • ଦହି – ୧/୨ କପ
  • ଚିନି – ସ୍ୱାଦାନୁସାରେ
  • ତେଲ – ୪ ଟେବୁଲ ଚାମଚ
  • ସୋରିଷ ତେଲ – ୧/୨ ଟେବୁଲ ଚାମଚ
  • ଲାଲ ଲଙ୍କା – ୨ଟି
  • ହେଙ୍ଗୁ – ଚିମୁଟାଏ
  • ପାଣି – ଆବଶ୍ୟକ ଅନୁସାରେ
  • ଲୁଣ – ସ୍ୱାଦାନୁସାରେ
  • ଲେମ୍ବୁ ରସ – ୧ ଚାମଚ
  • ଗାର୍ନିସ ପାଇଁ
  • ନଡିଆ ତେଲ – ୨ ଟେବୁଲ ଚାମଚ (କୋରା ହୋଇଥିବା)
  • ଧନିଆ ପତ୍ର – ୨ ଟେବୁଲ ଚାମଚ (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ସୁଜି, ଦହି, ଚିନି ଏବଂ ଏକ ଚାମଚ ତେଲ ପକାଇ ମିକ୍ସ କରନ୍ତୁ।
  2. ଏବେ ଏଥିରେ ଆବଶ୍ୟକ ଅନୁସାରେ ପାଣି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।
  3. ଏଥିରେ ହେଙ୍ଗୁ ଏବଂ ଲେମ୍ବୁ ରସ ମିଶାଇ ଘୋଳକୁ ରାତି ସାରା ଅଲଗା ରଖିଦିଅନ୍ତୁ।
  4. ଏବେ ଏକ ଷ୍ଟିମରେରେ ପାଣି ଗରମ କରନ୍ତୁ।
  5. ଘୋଳକୁ ପ୍ଲେଟରେ ବାହାର କରି ମେଲାଇ ଦିଅନ୍ତୁ।
  6. ଏହାପରେ ଷ୍ଟିମରର ଢ଼ାଙ୍କଣା ଦେଇ ୨୦ ମିନିଟ ପାଇଁ ଷ୍ଟିମ ହେବାକୁ ଦିଅନ୍ତୁ।
  7. କୋଡିଏ ମିନିଟ୍‌ ପରେ ଷ୍ଟିମରରୁ ଘୋଡଣି ବାହାର କରି ଥଣ୍ଡା କରି ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।
  8. ଏବେ ଏକ ଅଲଗା ପ୍ୟାନରେ ତେଲ ଗରମ କରନ୍ତୁ।
  9. ଏଥିରେ ସୋରିଷ ଦାନା ଏବଂ ଲଙ୍କା ପକାଇ ତଡକା ଦିଅନ୍ତୁ।
  10. ରଙ୍ଗ ବଦଳିଯିବା ପରେ ଏଥିରେ ୨ ଟେବୁଲ ଚାମଚ ପାଣି ପକାଇ ଫୁଟିବା ପାଇଁ ଛାଡି ଦିଅନ୍ତୁ।
  11. ଏବେ ପ୍ରସ୍ତୁତ ତକଡାରେ କାଟି ରଖିଥିବା ଢ଼ୋକଲା ଖଣ୍ଡକୁ ପକାଇ ମିକ୍ସ କରନ୍ତୁ।
  12. ଆପଣଙ୍କ ଚାଉଳ ଢ଼ୋକଲା ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ନଡିଆ ଏବଂ ଧନିଆ ପତ୍ରରେ ସଜାଇ ସର୍ଭ କରିପାରିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button