ନୀତି

ଚାଣକ୍ୟ ନୀତି : ବ୍ୟକ୍ତିର କିଛି ଅଭ୍ୟାସ ହିଁ ଧନବାନ ହେବା ରାସ୍ତାରେ କଣ୍ଟା ପରି ବାଧକ ସାଜିଥାଏ, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ଧନ, ବ୍ୟବସାୟ, ବୈବାହିକ ଜୀବନ, ପରିବାର, ଚାକିରି ଆଦି ଜଡ଼ିତ ସମସ୍ୟାର ସାମାଧାନ ବହୁତ ସରତଳାର ସହ ବୁଝାଇ ଦେଇଛନ୍ତି। ଚାଣକ୍ୟ ନୀତି ଶାସ୍ତ୍ର ଅନୁସାରେ, ବ୍ୟକ୍ତିଙ୍କର କିଛି ଅଭ୍ୟାସ ହିଁ ଧନବାନ ହେବା ରାସ୍ତାରେ କଣ୍ଟା ପରି ବାଧକ ସାଜିଥାଏ। ଏହି ଅଭ୍ୟାସ କାରଣରୁ ବ୍ୟକ୍ତିଙ୍କ ଜୀବନ ଅସୁବିଧା ଆଉ ସମସ୍ୟାରେ ଭରି ଉଠେ। ଜାଣନ୍ତୁ ଏହି ଅଭ୍ୟାସ ସମ୍ପର୍କରେ…

ଚାଣକ୍ୟ କୁହନ୍ତି କି, ବ୍ୟକ୍ତି ଯେତେ ଗରିବ ହେଉ ନା କହିଁକି ସେମାନେ ସବୁବେଳେ ସଫା ସୁତୁରା ରହିବା ଉଚିତ୍। ଚାଣକ୍ୟଙ୍କ କହିବାନୁସାରେ, ଅପରିଷ୍କାର କପଡ଼ା ପିନ୍ଧୁଥିବା ବ୍ୟକ୍ତିଙ୍କ ପାଖରେ ମା ଲକ୍ଷ୍ମୀ କେବେ ହେଲେ ବାସ କରନ୍ତି ନାହିଁ। ଏଭଳି ବ୍ୟକ୍ତି ସବର୍ଦା ଅପମାନିତ ହୋଇଥାଏ।

money

ନୀତି ଶାସ୍ତ୍ରରେ ଚାଣକ୍ୟ କୁହନ୍ତି କି, ଯେଉଁ ବ୍ୟକ୍ତି ଦାନ୍ତକୁ ଅପରିଷ୍କାର କରି ରଖନ୍ତି ଏବଂ ତାହାକୁ ସଫା ରଖନ୍ତି ନାହିଁ, ସେମାନଙ୍କ ପାଖରେ ଧନ ସମସ୍ୟା ଦେଖା ଦେଇଥାଏ। ଦାନ୍ତକୁ ସଫା ରଖୁଥିବା ବ୍ୟକ୍ତି ସବୁବେଳେ ହସ ଖୁସିରେ ଥାଏ।
ଚାଣକ୍ୟ କୁହନ୍ତି, ଅଧିକ ଖାଦ୍ୟ ଖାଉଥିବା ବ୍ୟକ୍ତି କେବେ ଧନବାନ ହୋଇପାରେ ନାହିଁ। କବେଳ ସେତିକି ନୁହେଁ, ଅଧିକ ଖାଉଥିବା ବ୍ୟକ୍ତିର ସ୍ବାସ୍ଥ୍ୟ ମଧ୍ୟ ଅଧିକାଂଶ ସମୟରେ ଖରାପ ହୋଇଥାଏ।

ନୀତି ଶାସ୍ତ୍ର ଅନୁସାରେ, ବ୍ୟକ୍ତିଙ୍କୁ ସବୁବେଳେ ମିଠା କଥା କହିବା ଉଚିତ୍। କଟୁ କଥା କହୁଥିବା ବ୍ୟକ୍ତିଙ୍କୁ କେହି ପସନ୍ଦ କରନ୍ତି ନାହିଁ ଏବଂ ସେମାନଙ୍କ ଶତ୍ରୁ ସଂଖ୍ୟା ମଧ୍ୟ ଧିରେ ଧିରେ ବଢ଼ିଥାଏ।

ଚାଣକ୍ୟଙ୍କ କହିବାନୁସାରେ, ଉଚିତ ମାର୍ଗରେ ରୋଜଗାର କରୁଥିବା ଧନ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ। ଭୁଲ୍ ମାର୍ଗରେ ରୋଜଗାର କରି ଆଣୁଥିବା ଧନ ଜୀବନରେ ସବୁବେଳେ ସମସ୍ୟା ଆଣିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button