ମନୋରଞ୍ଜନ

କେବେ ଖାଇଛନ୍ତି କି କର୍ନ କାଜୁ ପଲାଉ? ଜାଣନ୍ତୁ ଏହାକୁ କେମିତି ବନାଇବେ

ଆପଣ ଅନେକ ପ୍ରକାରର ସ୍ୱାଦର ପଲାଉ ଖାଇଥିବେ। କିନ୍ତୁ କେବେ କର୍ନ କାଜୁ ପଲାଉ କରି ଖାଇଛନ୍ତି କି ? ଯଦି ଏପରି କରିନାହାନ୍ତି, ତେବେ ଆଜି ଆପଣ ଏହାକୁ ଘରେ ବନାଇ ଖାଇପାରିବେ। ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବେ।

ଆବଶ୍ୟକ ସାମଗ୍ରୀ: ଚାଉଳ, କର୍ନ(ମକା), କାଜୁ, ପିଆଜ, ଟମାଟର, କଞ୍ଜାଲଙ୍କା, ଶିମଲା ଲଙ୍କା, ଗାଜର, ଗୁଜୁରାତି, ଲବଙ୍ଗ, ଅଳେଇଚ, ତେଜପତ୍ର, ଡାଳଚିନି, ହଳଦୀ ପାଉଡର, ଗରମ ମସଲା, ଲଙ୍କା ପାଉଡର, ଲୁଣ, ଘିଅ ଏବଂ ପାଣି।

palao

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ପାଣିରେ ୩୦ ମିନିଟ ଚାଉଳ ଭିଜାଇ ରଖିଦିଅନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ ପ୍ରେସର କୁକୁର ବସାଇ ଘିଅ ଗରମ କରନ୍ତୁ। ଘିଅ ଅଳ୍ପ ଗରମ ହେବା ପରେ ସେଥିରେ କାଜୁକୁ ଭାଜିଦିଅନ୍ତୁ। କାଜୁ ଭାଜି ହୋଇଗଲା ପରେ ତାକୁ କାଢି େସେହି ଗରମ ଘିଅରେ ଗୁଜରାତି, ଅଳେଇଚ, ଲବଙ୍ଗ, ତେଜପତ୍ର ଏବଂ ଡାଳଚିନି ପକାଇ ଭାଜିଦିଅନ୍ତୁ। ଏହା ଟିକେ ଭାଜି ହୋଇଗଲା ପରେ ସେଥିରେ ପିଆଜ ଓ ଟମାଟର ପକାଇ ଭାଜନ୍ତୁ। ତା’ ପରେ ଗାଜର, କର୍ନ, ସିମଲା ଲଙ୍କା ପକାଇ ମଧ୍ୟ ଭାଜି ଦିଅନ୍ତୁ। ଏହିସବୁ ପରିବା ପାଜି ହୋଇଗଲା ପରେ ହଳଦୀ ପାଉଡର, ଧନିଆ ପାଉଡର, ଲଙ୍କା ପାଉଡର ଗରମ ମସଲା ପକାଇ ୨ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ତା’ପରେ ଚାଉଳକୁ କୁକୁର ଲୁଣ ଏବଂ ଦେଢ ଗ୍ଲାସ ପାଣି ଦେଇ କାଜୁ ପକାଇବା ପରେ ୨ଟି ସିଟି ଆସିବା ଯାଏଁ ଛାଡିଦିଅନ୍ତୁ। ସିଟି ଆସିବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ସିଟି ଆସିବା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ କାଜୁ କର୍ନ ପଲାଉ। ଏହାକୁ ଚଟଣୀ ସହିତ ଗରମ ଗରମ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button