ମନୋରଞ୍ଜନ

ପିଲାଙ୍କ ପାଇଁ ବନାନ୍ତୁ ଚକୋଲେଟ୍‌ ଲଲିପପ୍‌, ବନାଇବା ଏକଦମ ସହଜ

ପିଲାମାନଙ୍କୁ ଚକୋଲେଟ ବହୁତ ପସନ୍ଦ ଆସିଥାଏ। ଅଧିକାଂଶ ପିଲାଙ୍କୁ ଚକୋଲେଟ ପ୍ରସ୍ତୁତ ଜିନିଷ ଖାଇବାକୁ ବହୁତ ପସନ୍ଦ। ଆପଣ ଘବରେ ଚକୋଲେଟ କେକ କିମ୍ବା ଲଲିପପ୍‌ ବନାଇ ଦେଇପାରିବେ। ଆଜି ଆମେ ଆପଣଙ୍କୁ ରେଡ ଭେଲଭେଟ ଲଲିପପ ରେସିପି ବିଷୟରେ ଜଣାଇବୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨୪୦ ମି.ଲି କ୍ଷୀର
  • ୨ ଟେବୁଲ ଚାମଚ ଭିନେଗାର
  • ୨୪୦ ଗ୍ରାମ ଚିନି
  • ୧୮୦ ମି.ଲି ତେଲ
  • ୨ ଟେବୁଲ ଚାମଚ ଭାନିଲା ଆସେନ୍ସ
  • ୧ ଟେବୁଲ ଚାମଚ ଅର୍ଗାନିକ ଫୁଡ କଲର
  • ୨୬୦ ଗ୍ରାମ ମଇଦା
  • ୨ ଟେବୁଲ ଚାମଚ ବେକିଙ୍ଗ ପାଉଡର
  • ୨ ଟେବୁଲ ଚାମଚ ବେକିଂ ଯୋଡା
  • ୧/୨ ଚାମଚ ଲୁଣ
  • ୨ ଟେବୁଲ ଚାମଚ କୋକୋ ପାଉଡର
  • ୬ ଟେବୁଲ ଚାମଚ କ୍ରୀମ ଚିଜ୍‌
  • ଚକୋଲେଟ (ମେଲ୍ଟ ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ କ୍ଷୀରରେ ଭିନେଗାର ପକାଇ ୫ ମିନିଟ ରଖନ୍ତୁ।
  2. ତାପରେ ଏକ ପାତ୍ରରେ ଚିନି ଏବଂ ତେଲ ପକାଇ ଭଲଭାବେ ମିକ୍ସ କରି ସେଥିରେ ଭାନିଲା ଏବଂ ଅର୍ଗାନିକ କଲର ପକାଇ ମିଶାନ୍ତୁ।
  3. ଏବେ ଏଥିରେ ପ୍ରସ୍ତୁତ କରି ରଖିଥିବା କ୍ଷୀର, ବେକିଂ ଯୋଡା, ବେକିଂ ପାଉଡର, ଲୁଣ ଏବଂ କୋକୋ ପାଉଡର ପକାଇ ଭଲଭାବେ ମିକ୍ସ କରନ୍ତୁ।
  4. ମାଫିନ କପରେ ଏହି ମିଶ୍ରଣକୁ ପକାଇ ଓଭନରେ ଟେମ୍ପରେଚରରେ ୧୦ ମିନିଟ୍‌ ପାଇଁ ବେକ କରନ୍ତୁ।
  5. ଯେତେବେଳେ କେକ ବେକ ହୋଇଯିବ ତାକୁ ଥଣ୍ଡା କରି ଏକ ପାତ୍ରରେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦିଅନ୍ତୁ।
  6. ଏଥିରେ କ୍ରୀମ ଚିଜ ପକାଇ ମିକ୍ସ କରନ୍ତୁ। ଏବେ ଅଳ୍ପ ମିଶ୍ରଣ ନିଅନ୍ତୁ ଏବଂ ବଲ୍‌ ବନାଇ ଦିଅନ୍ତୁ।
  7. ଏବେ ବଲକୁ ଚକୋଲେଟ ମେଲ୍ଟରେ ଭରନ୍ତୁ। ପରେ ଫି୍ରଜରେ ୧୦ ମିନିଟ୍‌ ପାଇଁ ରଖନ୍ତୁ।
  8. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ରେଡ ଭେଲଭେଟ ଲଲିପପ୍‌।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button