ସ୍ୱାସ୍ଥ୍ୟ

ସେଓ ଦ୍ୱାରା କମିପାରିବ ମୋଟାପଣ, ଜାଣନ୍ତୁ ବ୍ୟବହାର କରିବାର ସଠିକ ଉପାୟ

ସେଓ କୁ ଶକ୍ତିର ଖଣି କୁହାଯାଇଥାଏ। ଦିନରେ ଗୋଟିଏ ସେଓ ଖାଇବା ଦ୍ୱାରା ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିନଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସେଓ ସେବନ କରି ମଧ୍ୟ ଓଜନ କମ କରାଯାଇପାରିବ । ସେଓ ରେ ପୋଟାସିୟମ ଏବଂ ଫାଇବାର ଅଧିକ ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା କିପରି ସେଓ ଖାଇବା ଦ୍ୱାରା ଓଜନ କମ କରାଯାଇପାରିବା ।

ସେଓ ଖାଇବାର ସଠିକ ଉପାୟ:

ସାଧାରଣତଃ କୁହାଯାଇଥାଏ ସକାଳୁ ଖାଲି ପେଟରେ ସେଓ ଖାଇବା ଉଚିତ। ଯେତେବେଳେ ଆମେ ରାତିରେ ଡେରିରେ ଖାଦ୍ୟ ଖାଇ ଶୋଇଥାଉ ସେତେବେଳେ ଆମ ପାଚନ ତନ୍ତ୍ର ଉପରେ ପ୍ରଭାବ ପଡିଥାଏ। ସକାଳୁ ଉଠିବା ପରେ ଦୁର୍ବଳ ଅନୁଭବ କରିଥାନ୍ତି ତେବେ ସକାଳୁ ଉଠିବା ପରେ ସର୍ବପ୍ରଥମେ ଗୋଟିଏ ସେଓ ଖାଇବା ଦ୍ୱାରା ପୁରା ଦିନ ସତେଜ ଲାଗିବା ସହ ଶକ୍ତି ମଧ୍ୟ ମିଳିଥାଏ । ଏଥିସହ ସେଓ ଖାଇବା ଦ୍ୱାରା ଏସିଡିଟି ମଧ୍ୟ କମ ହୋଇଥାଏ

apple

କିନ୍ତୁ ସର୍ତ୍ତ ଅନୁଯାୟୀ ସେଓ ଖାଇବା ପୂର୍ବରୁ ପ୍ରଥମେ ସେଓକୁ ହାଲୁକା ଗରମ ପାଣିରେ ଧୋଇବା ଉଚିତ। ସେହିଭଳି ସେଓକୁ ଚୋପା ସହ ବ୍ୟବହାର କରିବା ଉଚିତ। କାରଣ ଚୋପାରେ ପ୍ରଚୁର ପରିମାଣରେ ପୌଷ୍ଟିକତା ରହିଥାଏ । ଯଦି ଆପଣ ଶାରୀରିକ ରୂପେ ଦୁର୍ବଳ ଥାନ୍ତି ତେବେ ସକାଳ ସମୟରେ ୨ଟି ସେଓ ଖାଇବା ଲାଭଦାୟକ ହୋଇଥାଏ ।

ସେଓ ବ୍ୟବହାର କରିବାର ସଠିକ ଉପାୟ:

ସେଓ ପସନ୍ଦ କରୁନଥିବା ବ୍ୟକ୍ତିମାନେ ସେଓ ରେ କେକ୍ ପ୍ରସ୍ତୁତ କରି ଖାଇପାରିବେ। ଏଥିସହ ଓଟସ ରେ ମଧ୍ୟ ସେବନ କରିପାରିବେ। ସେହିଭଳି ଡାଇବେଟିସ ବ୍ୟକ୍ତିମାନେ ସେକ କରି ପିଇପାରିବେ। ଏସବୁ ବ୍ୟତୀତ ସେଓ ସିରକା ସେବନ କରି ମଧ୍ୟ ଆପଣ ଓଜନ କମ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button