ମନୋରଞ୍ଜନ

ଆଜି ସଂନ୍ଧ୍ୟାରେ ବନାଇ ଖାଆନ୍ତୁ ଟେଷ୍ଟୀ ଚଟପଟା ସୁଜି କଟଲେଟ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ସବୁଦିନ କିଛି ନୂଆ ନୂଆ ଡିସ୍‌ ଖାଇବାକୁ ଇଚ୍ଛା ହୋଇଥାଏ। ଏମିତିରେ ଯଦି ଆପଣ ଭାବୁଛନ୍ତି ଆଜି ଆପଣ ଟିଫିନରେ କଣ ବନାଇବେ। ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢ଼ିଆ ଚଟପଟା ରେସିପି। ଯାହାର ନାମ ହେଉଛି ସୁଜି କଟଲେଟ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତତ।

ଆବଶ୍ୟକ ସାମଗ୍ରୀ

  • ସିଝା ଆଳୁ – ୪
  • ସୁଜି – ୧/୨ କପ୍‌
  • ଜିରା ପାଉଡର – ୧ ଚାମଚ
  • ଲାଲ ଲଙ୍କା ପାଉଡର – ୧ ଚାମଚ
  • ଚାଟ ମସଲା – ୧ ଟେବୁଲ ଚାମଚ
  • କଳା ଲୁଣ – ୩ ଚିମୁଟା
  • ଗରମା ମସଲା – ୩ ଚିମୁଟା
  • କଞ୍ଚା ଲଙ୍କା – ୧
  • ଅଦା – ୧/୨ ଚାମଚ
  • ଲୁଣ – ସ୍ୱାଦାନୁସାରେ
  • ଧନିଆ ପତ୍ର – ୨ ଚାମଚ
  • ତେଲ – ଛାଣିବା ପାଇଁ

sujiପ୍ରସ୍ତୁତି ପ୍ରଣାଳୀ

  1. ଏକ ପାତ୍ରରେ ଆଳୁ ଏ ବଂ ସମସ୍ତ ମସଲା ପକାଇ ମିକ୍ସ କରନ୍ତୁ।
  2. ଏବେ ପ୍ୟାନରେ ୧ ଚାମଚ ତେଲ ଗରମ କରନ୍ତୁ, ସେଥିରେ କଞ୍ଚା ଲଙ୍କା ଏବଂ ଅଦା ପକାଇ ଭାଜନ୍ତୁ।
  3. ଏବେ ଏଥିରେ ଆଳୁ ପକାଇ ମିକ୍ସ କରନ୍ତୁ।
  4. ଏହାପରେ ସୁଜି ପକାଇ ରାନ୍ଧନ୍ତୁ।
  5. ମିଶ୍ରଣକୁ ଫ୍ରାଏ କରିବା ପରେ ଗ୍ୟାସ ବନ୍ଦ କରି ଥଣ୍ଡା କରିଦିଅନ୍ତୁ।
  6. ଏବେ ହାତରେ ଅଳ୍ପ ତେଲ ଲଗାଇ ପ୍ରସ୍ତୁତ ମିଶ୍ରଣରେ ଗୋଲ ଆକାର ଦେଇ କଟଲେଟ ବନାଇ ଦିଅନ୍ତୁ।
  7. ପ୍ୟାନରେ ତେଲ ଗରମ କରି ସେଥିରେ ବନାଇ ରଖିଥିବା କଟଲେଟକୁ ହାଲକା ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଛାଣନ୍ତୁ।
  8. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଆଳୁ-ସୁଜି କଟଲେଟ।
  9. ଏହାକୁ ଆପଣ ଟମାଟୋ ସସ୍‌ କିମ୍ବା ଚଟଣୀ ସହିତ ଗରମା ଗରମ ସର୍ଭ କରିପାରିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button