ନୀତି

ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହିସବୁ ଜିନିଷ, ନଚେତ ଅଶାନ୍ତି ହେବେ ମା’ ଲକ୍ଷ୍ମୀ

ଆଗକୁ ଆସୁଛି ଦୀପାବଳି। ଏହି ଦିନରେ ମା’ ଲକ୍ଷ୍ମୀକୁ ପୂଜା କରାଯାଏ। ମା’ ଲକ୍ଷ୍ମୀଙ୍କୁ ସଫାସୁତରା ଅଧିକ ପସନ୍ଦ ଲାଗିଥାଏ। ଏମିତିରେ ନିଜ ଘରକୁ ସଫା ସୁତରା ରଖିବା ଉଚିତ। ଏମିତି କରିବା ଦ୍ବାରା ଜୀବନରୁ ସବୁ ସମସ୍ୟା ଏବଂ ଦୁଃଖ ଦୂର ହୋଇ ଖୁସିର ଆଗମନ ହୋଇଥାଏ। ଜୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ବେକାର, ଭଙ୍ଗାରୁଜା ଜିନିଷ ରଖିବା ଦ୍ବାରା ନକରାତ୍ମକ ଉର୍ଜା ସୃଷ୍ଟି ହେବା ସହିତ ଅନ୍ନ ଏବଂ ଧନ ସହିତ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ଦୀପାବଳି ପୂର୍ବରୁ ଏହିସବୁ ଜିନିଷକୁ ଘରୁ ବାହାର କରିଦେବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଘରୁ ବାହାର କରିଦେବା ଉଚିତ।

– ଆପଣ ଯେଉଁ ବାସନର ବବହାର କରୁନାହାନ୍ତି କିମ୍ବା ଯେଉଁ ବାସନ ପୁରୁଣା ଏବଂ ଭାଙ୍ଗି ଯାଇଛି। ସେଥିରେ ଖାଦ୍ୟ ଖାଆନ୍ତୁ ନାହିଁ। ଏମିତିରେ ବାସନକୁ ଯେତେ ଜଲଦି ହେବ ଘରୁ ବାହାର କରିଦିଅନ୍ତୁ। ନଚେତ ଘରେ ଝଗଡା ଲାଗି ରହିଥାଏ।

clean

– ଯଦି ଆପଣଙ୍କ ପୂଜା ଘରେ କୌଣସି ଦେବତା କିମ୍ବା ଦେବୀଙ୍କ ଭଙ୍ଗା ମୂର୍ତ୍ତି କି ଫଟୋ ରହିଥାଏ, ତେବେ ଏହାକୁ ତରନ୍ତ ବଦଳାଇ ଦିଅନ୍ତୁ। ନଚେତ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

– ଘରେ ଯଦି କୌଣସି କବାଟ, ଝରକା କିମ୍ବା ଡ୍ରେସିଂ ଟେବୁଲର କାଚ ଭାଙ୍ଗି ଯାଇଥାଏ, ତେବେ ଏହାକୁ ବଦଳାଇ ଦିଅନ୍ତୁ। ବାସ୍ତୁ ଅନୁସାରେ, ଏମିତି ଜିନିଷ ଘରେ ରହିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ହେବା ସହିତ ମାନସିକ ଚିନ୍ତା ବଢିଥାଏ।

maa laxmi

– ଅଧିକାଂଶ ଲୋକ ଘରେ ପୁରୁଣା ଏବଂ ବେକାର ଜିନିଷ ଘରର ଛାତରେ ରଖିଦିଅନ୍ତି। ଏମିତି କଲେ ବାସ୍ତୁଦୋଷ ଉତ୍ପନ୍ନ ହୁଏ। ତେଣୁ ସବୁବେଳେ ଘରର ଛଶତ ସଫା ରଖନ୍ତୁ।

– ପୁରୁଣା ଫଟା ଜୋତା ଏବଂ ଚପଲ ଘରେ ରଖିବା ଦ୍ବାରା ନକରାତ୍ମକ ଉର୍ଜା ସୃଷ୍ଟି ହୁଏ। ଏହା ସହିତ ଜୀବନରେ ଦୁଃଖ ଆସିଥାଏ। ତେଣୁ ଏହାକୁ ତୁରନ୍ତ ଘରୁ ହଟାଇଦେବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button