ସ୍ୱାସ୍ଥ୍ୟ

ଅଧିକ ରାଗି ଯାଉଛନ୍ତି କି! ଏହି ଆକ୍ୟୁପ୍ରେସର ପଏଣ୍ଟସ୍ କୁ ପ୍ରେସ କରି କେବଳ ୫ ମିନିଟରେ କରନ୍ତୁ ରାଗ ଶାନ୍ତ

ଆଜିକାଲି ସମୟରେ ଜଣେ ମଣିଷକୁ ରାଗ ଲାଗିବା ଏକ ସାଧାରଣ କଥା ହୋଇଗଲାଣି। ବ୍ୟସ୍ତ ବହୁଳ ଜୀବନରେ କୌଣସି ନା କୌଣସି କଥାକୁ ନେଇ ଟେନ୍ସନ ରହିଥାଏ ଯାହା ରାଗ ଆକାରରେ ବାହାରକୁ ଆସିଥାଏ।କିନ୍ତୁ ଆପଣ ଜାଣିଛନ୍ତି କି ରାଗ ଆମ ମାନସିକ ଏବଂ ଶାରୀରିକ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ। ଅଧିକ ରାଗିବା ଦ୍ବାରା ହାଇ ବିପି ବା ବ୍ଲଡ ପ୍ରେସରର ସମସ୍ୟା ଦେଖାଯାଇପାରେ। ତେଣୁ ନିଜ ରାଗକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ।

anger

ସ୍ବାମୀ ରାମଦେବଙ୍କ ଅନୁସାରେ ବିଭିନ୍ନ ଯୋଗ କରିବା ସହିତ ଆକ୍ୟୁପ୍ରେସର ପଏଣ୍ଟସକୁ ଚିପିବା ଦ୍ୱାରା ମଧ୍ୟ ରାଗକୁ କମ୍ କରି ହେବ। ଏହା ସହିତ ମନର ଶାନ୍ତି ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।

anger2

ଏହି ଆକ୍ୟୁପ୍ରେସର ପଏଣ୍ଟସ୍ କୁ ପ୍ରେସ କରନ୍ତୁ :

ହାତ ଆଙ୍ଗୁଠିର ଟପ୍ ରେ ଦୁଇ ପାଖକୁ ପ୍ରେସ କରନ୍ତୁ। ପାପୁଲିର ମଝିରେ ଥିବା ଜଏଣ୍ଟକୁ ପ୍ରେସ କରନ୍ତୁ ଓ ହାତର ସମସ୍ତ ଚ୍ୟାନେଲକୁ ମଧ୍ୟ ପ୍ରେସ କରନ୍ତୁ। ପାଦର ସମସ୍ତ ଆଙ୍ଗୁଠିର ଟପ୍କୁ ପ୍ରେସ କରନ୍ତୁ। ତଳି ପାଦର ମଝିରେ ମଧ୍ୟ ପ୍ରେସ କରିବା ଦ୍ବାରା ଶାନ୍ତି ମିଳିଥାଏ। ପାଦର ସବୁ ଆଙ୍ଗୁଠିକୁ ମଧ୍ୟ ପ୍ରେସ କରନ୍ତୁ। ମୁଣ୍ଡରେ ଥିବା ଜଏଣ୍ଟ ବା ଶିଖା ଜଏଣ୍ଟକୁ ପ୍ରେସ କରନ୍ତୁ। ଏହା ସହିତ ମୁଣ୍ଡର ଦୁଇ ପାଖରେ ଥିବା ଖାଲକୁ ତେଲ ଲଗାଇ ମାଲିସ କରିବା ଦ୍ବାରା ମଧ୍ୟ ଷ୍ଟ୍ରେସ ଦୂର ହୋଇଥାଏ। ଏ ସବୁ ବ୍ୟତୀତ ରାଗକୁ କଣ୍ଟ୍ରୋଲରେ ରଖିବା ପାଇଁ ନାକର ଅଗକୁ ପ୍ରେସ କରି ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button