ନୀତି

ଦୀପାବଳି ଦିନ କାହାକୁ ଭୁଲରେ ବି ଦିଅନ୍ତୁ ନାହିଁ ଏପରି ଉପହାର, ଫଳ ମିଳିବ ଅଶୁଭ

ଚଳିତ ବର୍ଷ ୧୪ ନଭେମ୍ବରରେ ପାଳିତ ହେବ ଆଲୋକର ପର୍ବ ଦିପାବଳୀ। ପ୍ରତ୍ୟେକ ବର୍ଷ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟା ଦିନ ପାଳିତ ହୋଇଥାଏ। ଏହି ପର୍ବକୁ ଉନ୍ନତି ତଥା ସୁଖ-ସମୃଦ୍ଧିର ପର୍ବ ଅଟେ। ଦୀପାବଳିରେ ଲୋକମାନେ ଜଣେ ଜଣଙ୍କୁ ଶୁଭକାମନା ସହିତ ମିଠା ତଥା ଉପହାର ମଧ୍ୟ ଦେଇଥାନ୍ତି। କିନ୍ତୁ ଅନେକ ଥର ଲୋକମାନେ ଭୁଲବଶତଃ କିଛି ଏମିତି ଜିନିଷ ଉପହାର ଦେଇଦିଅନ୍ତି ଯାହାର ନକାରାତ୍ମକ ପ୍ରଭାବ ଉଭୟଙ୍କ ଉପରେ ପଡିଥାଏ। ଶାସ୍ତ୍ରରେ କିଚି ଉପହାରକୁ ବାର୍ଜିତ କରାଯାଇଛି ତଥା ଅଶୁଭ ବୋଲି ଧରାଯାଇଛି।

giftପ୍ରଭୁ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧରେ ଗୀତାର ଉପଦେଶ ଦେଇ ଜଣାଇଥିଲେ ଯେ ଚିତ୍ର କାହାକୁ ଉପହାର ଦେବା ଅନୁଚିତ। ଏଥିସହିତ ଘରର କାନ୍ଥରେ ଲଗାଇବା ଅନୁଚିତ। ସବୁବେଳେ ବ୍ୟକ୍ତି ଦୀପାବଳି ସମୟରେ ଜଣେ ଜଣଙ୍କୁ ଦେବୀ-ଦେବତାଙ୍କ ଚିତ୍ର ଦେଇଥାନ୍ତି। କିନ୍ତୁ ଏହି କଥା ଉପରେ ସବୁବେଳେ ଧ୍ୟାନ ରଖନ୍ତୁ ଯେ ଏମିତି ଚିତ୍ର ଦିନନ୍ତୁ ଯେଉଁଥିରେ ଦେବତାଙ୍କର ଉଗ୍ର ସ୍ଥିତି କିମବା ଯୁଦ୍ଧ କରୁଥିବା ନଜର ନଆସିବେ। ଶାସ୍ତ୍ରରେ ଏମିତି ଗିଫ୍ଟ ଯଥା, ରାମାୟଣ, ମହାଭାରତ ଗ୍ରନ୍ଥ, ଜଙ୍ଗଲୀ ପଶୁ, ଅକାଳ ତଥା ସୂର୍ଯ୍ୟାସ୍ତ ଚିତ୍ରକୁ ଗିଫ୍ଟରେ ନା କାହାକୁ ଦେବା ଉଚିତ ନା ନେବା ଉଚିତ।

ଦୀପାବଳିରେ ମା ଲକ୍ଷ୍ମୀଙ୍କ ପ୍ରତୀକ୍ଷା ସମସ୍ତେ କରନ୍ତି। ଏମିତିରେ ଯଦି କାହାକୁ ଗିଫ୍ଟରେ ମା ଲକ୍ଷ୍ମୀଙ୍କ ଫଟୋ ଦେଉଛନ୍ତି, ତାହେଲେ ସବୁବେଳେ ବସିଥିବା ଅବସ୍ଥାରେ ମା ଲକ୍ଷ୍ମୀଙ୍କର ଫଟୋ ଦେବା ଉଚିତ। ଶାସ୍ତ୍ରରେ ଲକ୍ଷ୍ମୀଙ୍କୁ ଘରେ ବସିବା କିମ୍ବା ସ୍ଥିର ସ୍ଥିତିରେ ଶୁଭ ବୋଲି ଧରାଯାଏ। ଗିଫ୍ଟରେ କେବେବି କଣ୍ଟାଜାତୀୟ ବୃକ୍ଷ ଅଥବା ବୋନସାଇ ବୃକ୍ଷ ଦେବା ଅନୁଚିତ। ଏହାକୁ ନେବା ତଥା ଦେବାରେ ଅଶୁଭ ହୋଇଥାଏ। ତଳକୁ ଝରୁଥିବା ଝରଣା ପାଣିର ଫଟୋ ମଧ୍ୟ ଗିଫ୍ଟ କରିବା ଅନୁଚିତ ଏବଂ ନେବା ମଧ୍ୟ ଅନୁଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button