ସ୍ୱାସ୍ଥ୍ୟ

ଆଜି ହିଁ ଛାଡନ୍ତୁ ଡିସ୍ପୋଜେବଲ୍‌ କପ୍‌ରେ ଚା’ ପିଇବା, ନଚେତ୍‌ ଶରୀରରେ ସୃଷ୍ଟି ହେବ ଭୟଙ୍କର ରୋଗ !

ଯେ କେହି ବି ଦିନରେ ଥରେ ଚା’ ପିଉଥିବେ । ତେବେ ଏବେ କରୋନା କାରଣରୁ ଲୋକେ ଅଧିକ ପ୍ଲାଷ୍ଟିକ କିମ୍ବା କାଗଜ କପ୍‌ ବ୍ୟବହାର କରୁଛନ୍ତି । ହେଲେ ପ୍ଲାଷ୍ଟିକ କପ୍‌ରେ ଚା’ କିମ୍ବା କଫି ପିଇବା ଦ୍ୱାରା ଶରୀରକୁ ଯେଉଁ ବିଷାକ୍ତ ଦ୍ରବ୍ୟ ଯାଏ ତାହା ବିଷୟରେ ଆପଣ ହୁଏତ ଜାଣି ନଥିବେ । ଯଦି ପ୍ଲାଷ୍ଟିକ କିମ୍ବା କାଗଜ କପରେ ଚା’ ପିଉଛନ୍ତି ତେବେ ଆଜି ଠୁ ଛାଡି ଦିଅନ୍ତୁ ପିଇବା ।

ଶରୀର ପାଇଁ ହୋଇଥାଏ ମାରାତ୍ମକ

ଆଇଆଇଟି ଖଡଗ୍‌ପୁରର ଗବେଷକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଡିସ୍ପୋଜେବଲ୍‌ କପ୍‌ରେ ଚା’ କିମ୍ବା କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ ହାନୀକାରକ ହୋଇଥାଏ । ଏହି ପେପର କପ୍‌ ତଳ ପରସ୍ତରେ ରହିଥିବା ସୂକ୍ଷ୍ମ ପ୍ଲାଷ୍ଟିକ ଓ ଅନ୍ୟ ମାରାତ୍ମକ ପଦାର୍ଥ ୧୫ ମିନିଟ୍‌ ଭିତରେ ବହୁ କେମିକାଲ ପଦାର୍ଥ ସୃଷ୍ଟି କରିଥାଏ । ଯାହାକି ଶରୀର ପାଇଁ ବହୁତ ହାନୀକାରକ ହୋଇଥାଏ ।

ଏକ କାଗଜ କପ୍‌ରେ ୧୦୦ ମିଲି ଲିଟର ଗରମ ତରଳ ପଦାର୍ଥ ୨୫୦୦୦ ମାଇକ୍ରୋନ୍‌ ଆକାରର ସୂକ୍ଷ୍ମ ପ୍ଲାଷ୍ଟିକ ଛାଡିଥାଏ । ଯଦି ଦୁଇ କପ୍‌ ଚା’ ପିଅନ୍ତି ତେବେ ୫୦ ହଜାର ସୂକ୍ଷ୍ମ ପ୍ଲାଷ୍ଟିକ କଣିକା ଶରୀର ଭିତରକୁ ଯାଇଥାଏ । ଯାହାକି ବହୁ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ।

cup-2

ଏହି ଗବେଷଣାରେ ୧୫ ମିନିଟ୍‌ ସମୟ କାହିଁକି ନିଆଯାଇଥିଲା

ଚା’ କିମ୍ବା କଫି କପ୍‌ରେ ଢ଼ାଳିବା ପରେ ୧୫ ମିନିଟ୍‌ ଭିତରେ ପିଆଯାଇଥାଏ । ଏହାକୁ ନେଇ ଗବେଷକମାନେ ସମୟ ସ୍ଥିର କରି ଗବେଷଣା କରିଥିଲେ । ଯେଉଁଥିରୁ ଦେଖିବାକୁ ମିଳିଥିଲା ଯେ ଏହି ସୂକ୍ଷ୍ମ ପ୍ଲାଷ୍ଟିକ କଣିକାରେ ବିଷାକ୍ତ ଧାତୁ ପେଲେଡିୟମ୍‌, କ୍ରୋମିୟମ୍‌ ଓ କେଡିମିୟମ୍‌ ରହିଥାଏ । ଯେତେବେଳେ ଏହା ଶରୀର ଭିତରକୁ ଯାଇଥାଏ ବହୁ ହାନୀ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button