ମନୋରଞ୍ଜନ

ଦୀପାବଳି ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବ୍ରେଡ ହାଲଓ୍ଵା, ପରିବାର ଲୋକଙ୍କୁ ଆସିବ ଏକଦମ୍‌ ପସନ୍ଦ

ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ମିଠା ଖାଇବାର ଭାରି ସୌକିନ୍‌। ଯଦି ଆପଣଙ୍କୁ ମିଠା ପସନ୍ଦ, ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ମିଠା ରେସିପି ନେଇ ଆସିଛୁ। ବ୍ରେଡ ହାଲଓ୍ଵାକୁ ଡବଲ ମିଠା ମଧ୍ୟ କୁହାଯାଏ। ଏହା ଏକ ସ୍ୱାଦିଷ୍ଟ ହାଲଓ୍ଵା ଅଟେ ଯାହାକୁ ରାଜା ରାଜୁଡା କାଳରେ ପ୍ରସ୍ତୁତ କରାଯାଉଥିଲା। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ୍‌ ସ୍ଲାଇସ୍‌ – ୫ଟି
  • କ୍ଷୀର- ୩୦୦ ମି.ଲି
  • ଚିନି – ୧/୩ କପ୍‌ (୫୦ ରୁ ୬୦ ଗ୍ରାମ)
  • ଘିଅ – ୨ ରୁ ୩ ଚାମଚ
  • କାଜୁ – ୧୦ ରୁ ୧୨ଟି
  • ବାଦାମ – ୧୦ ରୁ ୧୨ଟି
  • ଅଳେଇଚ – ୪ଟି

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡର ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। କଡେଇରେ ୨ ଚାମଚ ଘିଅ ପକାଇ ଗରମ କରନ୍ତୁ। ଘିଅ ମିଳେଇଗଳା ପରେ ସେଥିରେ କାଟି ରଖିଥିବା ବ୍ରେଡକୁ ପକାଇ ଦିଅନ୍ତୁ। ଏହାକୁ ଚାମଚରେ ଚଲାଇ ମିଡିୟମ ଏବଂ ଧୀମା ଆଞ୍ଚରେ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ।

ଭାଜି ହୋଇଥିବା ବ୍ରେଡକୁ କ୍ଷୀର ଏବଂ ଚିନିରେ ପକାନ୍ତୁ। ବ୍ରେଡ୍‌ ନରମ ହେବା ପର୍ଯ୍ୟନ୍ତ ଏହାକୁ ଛାଡନ୍ତୁ। ଏହାରି ଭିତରେ ଆପଣ କାଜୁ ଏବଂ ବାଦାମକୁ ପତଳା ପତଳା କରି କାଟି ଦିଅନ୍ତୁ। ମଝିରେ ମଝିରେ ବ୍ରେଡକୁ ଚାମଚରେ ଦବାନ୍ତୁ।

ଏହାପରେ ଏଥିରେ ଅଳ୍ପ ଘିଅ ପକାଇ ୧ ରୁ ୨ ମିନିଟ୍‌ ଆଉଥରେ ରାନ୍ଧନ୍ତୁ। ଅଳ୍ପ କାଜୁ ଏବଂ ବାଦାମକୁ ରଖିଥିବେ। ଯାହାକୁ ଆପଣ ହାଲଓ୍ଵା ପ୍ରସ୍ତୁତ ହୋଇସାରିବା ପରେ ଇଲାଇଚି ପାଉଡର ସହ ସଜାଇ ସର୍ଭ କରିପାରିବେ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବ୍ରେଡ୍‌ ହାଲଓ୍ଵା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button