ସ୍ୱାସ୍ଥ୍ୟ

ରକ୍ତରେ ୟୁରିକ ଏସିଡର ମାତ୍ରାଧିକ ବୃଦ୍ଧି କମାଉଛି ମଣିଷର ବୟସ, ଅଧ୍ୟୟନରୁ ହେଲା ଖୁଲାସା

ରକ୍ତରେ ୟୁରିକ୍ ଏସିଡ୍ର ସ୍ତର ବୃଦ୍ଧି ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ୟୁରିକ୍ ଏସିଡ୍ କାରଣରୁ ବାତ ରୋଗ ( ଏକ ପ୍ରକାରର ଗଣ୍ଠି ରୋଗ ଯାହା ୟୁରିକ୍ ଏସିଡ୍ କ୍ରିଷ୍ଟଲର ବୃଦ୍ଧିରେ ସୃଷ୍ଟି ହୋଇଥାଏ ), ପଥୁରୀ ବା ଅନେକ ଥର କିଡନୀ ଫେଲ୍ ସମସ୍ୟା ମଧ୍ୟ ବଢ଼ିଥାଏ । ରକ୍ତରେ ୟୁରିକ୍ ଏସିଡ୍ର ସ୍ତର ସାଧାରଣତଃ ହେଇଥିବା ବ୍ଲଡ୍ ଟେଷ୍ଟରୁ ଜଣାପଡ଼ିଥାଏ। ଶରୀରରେ ୟୁରିକ୍ ଏସିଡ୍ର ପ୍ରଭାବକୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମନାକୁ ଆସିଛି ।

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ରକ୍ତରେ ୟୁରିକ୍ ଏସିଡର ଉଚ୍ଚ ମାତ୍ରା ମଣିଷର ଜୀବିତ ରହିବାର ସମ୍ଭାବନାକୁ କମ୍ କରିଦେଇପାରେ। ଏହି ଅଧ୍ୟୟନ ୟୁରୋପିୟନ ଜର୍ନଲ ଅପ୍ ଇଣ୍ଟରନଲ ମେଡିସିନ୍ରେ ପ୍ରକାଶିତ ହୋଇଛି। ଲିମରିକ୍ ସ୍କୁଲ୍ ଅପ୍ ମେଡିସିନର ଗବେଷକମାନେ ଏହି ଅଧ୍ୟୟନରେ ଦାବି କରିଛନ୍ତି କି, ରକ୍ତରେ ୟୁରିକ୍ ଏସିଡ୍ର ଉଚ୍ଚ ମାତ୍ରା କୌଣସି ମଣିଷର ଜୀବନରୁ ୧୧ ବର୍ଷ କମେଇ ଦେଇପାରେ।

blood

ଏହି ରିପୋର୍ଟ ମୁତାବିକ୍ , ରକ୍ତରେ ୟୁରିକ୍ ଏସିଡ୍ର ହାଇ ଲେବଲରେ ମଣିଷ ହୃଦ୍ ରୋଗ୍ ( ହାର୍ଟ ଡିଜିଜ୍ ) ଷ୍ଟ୍ରୋକ୍, ଡାଇବେଟିସ୍ ସହ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରେ। ସର୍ଭେ ଟିମ୍ ୨୬,୫୨୫ ଲୋକଙ୍କ ହାଇ ୟୁରିକ୍ ଏସିଡ୍ ସାମ୍ପଲକୁ ଟେଷ୍ଟ କରିଥିଲେ। ଯେଉଁଥିରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମନାକୁ ଆସିଥିଲା। ମହିଳାଙ୍କ କ୍ଷେତ୍ରରେ ମଧ୍ୟ ପରିଣାମ କିଛି ଏମିତି ଦେଖିବାକୁ ମିଳିଛି। ଶରୀରରେ ସୀରମ ୟୁରିକ୍ ଏସିଡର ହାଇ ଲେବଲ (୪୧୬ µmol/Lରୁ ଅଧିକ) ସାମାନ୍ୟ ମହିଳାଙ୍କ ତୁଳନାରେ ଜୀବନର ୬ ବର୍ଷ ଯାଏ କମ୍ କରିଦେଇପାରେ।

acid

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ୟୁରିକ୍ ଏସିଡର ସମସ୍ୟାରୁ ରକ୍ଷା ପାଇବା ପାଇଁ ୯ପ୍ରକାରର ଫୁଡ୍କୁ ଦୂର କରିଦେବା ଉଚିତ୍ । ଛତୁ , ରେଡ୍ ମିଟ୍ , ସ୍ପାଇନାକ୍ , ଚିଙ୍ଗୁଡ଼ି (ସ୍ରିମ୍ପ), ଟମାଟର, ମୁଗ ଡାଲି , ମସୁର ଡ଼ାଲି, ସୋୟାବିନ୍ ଓ କପିର ସେବନ ନକରିବାକୁ ପରାମର୍ଶ ଦେଇଛନ୍ତି । ଆଉମଧ୍ୟ ଏକ ଗବେଷଣାରୁ କୁହାଯାଇଛି ଯେ ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ୟୁରିକ୍ ଏସିଡ୍ ବାହାରି ଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button