ମନୋରଞ୍ଜନ

ଏହି ଦୀପାବଳିରେ ଅତିଥିଙ୍କୁ ଖୁଆନ୍ତୁ ଆପଣଙ୍କ ହାତ ତିଆରି ଖାସ୍ତା ନମକିନ୍‌, ଟେଷ୍ଟ ଏକଦମ୍‌ ବେଷ୍ଟ

ଆଉ କେଇଟା ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରକୁ ଅତିଥିମାନେ ତ ଆସିବେ। କେତେ ଯଦି ଏହି ସମୟରେ ଅତିଥି ମାନଙ୍କୁ ଆପଣ କଣ ଖୁଆଇବେ ବୋଲି ଭାବୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛି। ଯାହାର ନାମ ଖାସ୍ତା ନମକିନ୍‌। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ମଇଦା
  • ଅଟା
  • ତେଲ (ଛାଣିବା ପାଇଁ)
  • ଲୁଣ (ସ୍ୱାଦାନୁସାରେ)
  • ତେଲ (ଛାଣିବା ପାଇଁ)
  • ଏକ ଚାମଚ କଳାଜିରା
  • ଲୁଣ ଅଧା ଚାମଚ

ପ୍ରସ୍ତୁତି ପ୍ରଣାଳୀ

  1. ମଇଦା, ଅଟା, ଳୁଣ, କଳାଜିରା ଏବଂ ତେଲ ପକାଇ ମିଶାଇ ଦିଅନ୍ତୁ।
  2. ସେଥିରେ ତେଲ ଏତିକି ମିଶାନ୍ତୁ ଯେମିତି ସବୁ ସାମଗ୍ରୀ ଭଲଭାବେ ମିକ୍ସ ହୋଇଯିବ।
  3. ଏହାପରେ ଏକ ପାତ୍ରରେ ପାଣିକୁ ଉଷୁମ କରନ୍ତୁ।
  4. ଏହି ପାଣିରେ ମଇଦାକୁ ପୁରି ବନାଇବା ଭଳି ଚକଟି ଦିଅନ୍ତୁ। ଏବେ ଏହାକୁ ପେଡା ଭଳି ବନାଇ ପତଳା ବେଲି ଦିଅନ୍ତୁ।
  5. ଏହାକୁ ଆପଣଙ୍କ ଇଚ୍ଛା ଅନୁଯାୟୀ ଲମ୍ବା କିମ୍ବା ଗୋଲାକାର ଆକାର ଦିଅନ୍ତୁ। କଡେଇ ଗରମ କରି ତେଲ ଗରମ କରନ୍ତୁ।
  6. ମଧ୍ୟମ ଆଞ୍ଚରେ ଏହାକୁ ପକାଇ କୁରକୁରା ଛାଣି ଦିଅନ୍ତୁ।
  7. ଏକ ପେପର ପକାଇ ଏହାକୁ ତେଲ କଡାରୁ ଛାଣି ରଖନ୍ତୁ।
  8. ଥଣ୍ଡା ହେବା ପରେ ଏୟାର ଟାଇଟ୍‌ ଡବାରେ ଭରି ଏହାକୁ ଅଧିକ ଦିନ ରଖି ଖାଇପାରିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button