ନୀତି

ଭୁଲରେ ବି ଧନତେରାସ୍‌ ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ, ଜୀବନରେ ପଡିପାରେ ଅଶୁଭ ପ୍ରଭାବ

କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନାତେରାସ୍‌ ପାଳନ କରାଯାଇଥାଏ। ଦୀପାବଳୀ ପୂର୍ବରୁ ଧନତେରାସ୍‌ ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଧନତେରାସ୍‌ ୧୩ ନଭେମ୍ବରରେ ପାଳନ କରାଯିବ। ଏହି ଦିନ ଲୋକମାନେ କିଛି ନା କିଛି କିଣିବା ପାଇଁ ବିଭିନ୍ନ ଦୋକାନରେ ଭିଡ ଜମାଇଥାନ୍ତି। ଏସବୁ ମଧ୍ୟରେ ଅନେକ ଥର ଲୋକମାନେ ଏଭଳି ଜିନିଷ ମଧ୍ୟ କିଣିଥାନ୍ତି ଯାହା କିଣିବା ଉଚିତ ନୁହେଁ।

ମାନ୍ୟତା ରହିଛି ଧନତେରାସ୍‌ ଦିନ ଶୁଭ ମୁହୂର୍ତ୍ତରେ ସୁନା-ରୁପା ଏବଂ ବାସନ କିଣିବା ଦ୍ୱାରା ଘର-ପରିବାରରେ ବର୍ଷସାରା ସମ୍ପନ୍ନତା ଭରି ରହିଥାଏ। ଧନତେରାସ୍‌ ସମୟରେ ବଜାରରୁ କ’ଣ କିଣାଯିବା ଦରକାର ତାହା ଅଧିକାଂଶ ଲୋକ ଜାଣିଥିବେ କିନ୍ତୁ କ’ଣ କିଣାଯିବା ଉଚିତ ନୁହେଁ ତାହା ବହୁତ କମ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ?

diwali2-ଏହି ଦିନ ଲୁହାରେ ନିର୍ମିତ ଜିନିଷ କିଣନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘର-ପରିବାରରେ ରାହୁଙ୍କ ଅଶୁଭ ଛାଇ ପଡିଥାଏ। କୁହାଯାଇଥାଏ ଲୁହାର ଜିନିଷ କିଣିବା ଦ୍ୱାରା ଲୋକଙ୍କ ସମସ୍ୟା ଆହୁରି ବଢିଯାଇଥାଏ।

-ଏହି ଦିନ କାଚରେ ନିର୍ମିତ ଜିନିଷ ମଧ୍ୟ କିଣନ୍ତୁ ନାହିଁ। କାରଣ କାଚର ସମ୍ବନ୍ଧ ମଧ୍ୟ ରାହୁ ସହ ରହିଥାଏ ବୋଲି କୁହାଯାଏ। ଏହିକାରଣରୁ ଧନତେରାସ୍‌ ସମୟରେ କାଚର ଜିନିଷ କିଣିବା ଅନୁଚିତ।

-ଧନତେରାସ୍‌ ସମୟରେ ଭୁଲରେ ବି ଷ୍ଟିଲ୍‌ ଜିନିଷ କିଣନ୍ତୁ ନାହିଁ। କାରଣ ଷ୍ଟିଲକୁ ଲୁହାର ଦ୍ୱିତୀୟ ରୂପ କୁହାଯାଇଥାଏ। ଏହିକାରଣରୁ ଧନତେରାସ୍‌ ରେ ଷ୍ଟିଲ୍‌ ବାସନ କିଣନ୍ତୁ ନାହିଁ। ଆପଣ ଚାହିଁଲେ ଏହା ବଦଳରେ ତମ୍ବା କିମ୍ବା କଂସାର ବାସନ କିଣିପାରିବେ।

-ସେହିଭଳି ଏହି ସମୟରେ କଳା ରଙ୍ଗର ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ। ଏହି କଳା ରଙ୍ଗକୁ ଅଶୁଭ କିମ୍ବା ଦୁର୍ଭାଗ୍ୟର ପ୍ରତୀକ କୁହାଯାଇଥାଏ। ଏହିକାରଣରୁ ଏହି ଦିନ କଳା ରଙ୍ଗର ଜିନିଷ କିଣନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button