ସ୍ୱାସ୍ଥ୍ୟ

ପିରିୟଡ୍ସ ରୋକିବା ପାଇଁ ଔଷଧ ଖାଉଥିବା ମହିଳାମାନଙ୍କୁ ହୋଇପାରେ ଏହି ୬ଟି ଗମ୍ଭୀର ସମସ୍ୟା

ମହିଳାମାନଙ୍କୁ ପ୍ରତ୍ୟେକ ମାସରେ ପିରିୟଡ ଯନ୍ତ୍ରଣା ସହିବାକୁ ପଡ଼ିଥାଏ। ଏହା ଏକ ନିୟମିତ ପ୍ରକ୍ରିୟା। କିନ୍ତୁ ବେଳେବେଳେ ଏହାକୁ ନେଇ ସେମାନେ ଅଧିକ ଚିନ୍ତିତ ହୋଇପଡ଼ିଥାନ୍ତି। ବିଶେଷ କରି କୌଣସି ବାହାଘର, ପୂଜା, ପର୍ବ ସମୟରେ ପିରିୟଡଠାରୁ ମହିଳାମାନେ ଦୂରେଇ ରହିବାକୁ ଚାହାନ୍ତି। ଉତ୍ସବଗୁଡ଼ିକୁ ଏଞ୍ଜୟ କରିବା ପାଇଁ ସେମାନେ ମେଡିସିନ ଖାଇଦିଅନ୍ତି, ଯେପରି ପିରିୟଡ ଡେଟ ଆଗକୁ ଗଡ଼ିପାରିବ।

cc

ତେବେ କେବେ କେମିତି ଡେଟ ଘୁଞ୍ଚାଇବା ଠିକ ଅଛି, କିନ୍ତୁ ଯଦି ଆପଣ ଏଭଳି କାମ ପ୍ରତ୍ୟେକ ଥର କରୁଛନ୍ତି, ତା’ହେଲେ ଏବେଠୁ ହୋଇଯାନ୍ତୁ ସାବଧାନ। କାରଣ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆଜି ଆମେ ଆପଣଙ୍କୁ କହିବୁ ପିରିୟଡକୁ ରୋକିବା ପାଇଁ ଖିଆଯାଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ।

ff

୧. ପିରିୟଡକୁ ଆଗକୁ ବଢ଼ାଇବା ପାଇଁ ଔଷଧ ଖାଇଲେ ଆପଣଙ୍କ ପିରିୟଡରେ ଅନିୟମିତତା ଦେଖାଯିବ। ଏହା ପ୍ରଜନନ ପ୍ରଣାଳୀ ଉପରେ ପ୍ରଭାବ ପକେଇବ।

୨. ମହିଳାମାନଙ୍କୁ ହେଭି ରକ୍ତ ପ୍ରବାହ ହୋଇପାରେ ଏବଂ ବହୁତ ଯନ୍ତ୍ରଣା ହୋଇଥାଏ।

୩. ମୋଟାପଣ ଏବଂ ଡାଇବେଟିଜର ଆଶଙ୍କା ବଢ଼ିଯାଇଥାଏ।

sdd

୪. ଆପଣଙ୍କୁ ବାନ୍ତି, ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଇପାରେ।

୫. ମାଇଗ୍ରେନ ସମସ୍ୟା ବି ଆସିପାରେ। ଏହାଦ୍ୱାରା ଅଧିକ ଭାବେ ମୁଣ୍ଡ ବିନ୍ଧା ହୋଇପାରେ।

୬. ପିରିୟଡ ଘୁଞ୍ଚାଇବା ପାଇଁ ଔଷଧ ଖାଇଲେ ପ୍ରେଗନାନ୍ସି କନସିଭ କରିବାରେ ସମସ୍ୟା ସୃଷ୍ଟି ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button