ନୀତି
ଘରେ ମାଛିଙ୍କ ପାଇଁ ଟେନସନରେ ଅଛନ୍ତି କି? ତାହେଲେ ଏହି ଉପାୟ ଆପଣଙ୍କୁ କରିବ ସାହାଯ୍ୟ

ସବୁବେଳେ ଦେଖାଯାଇଥାଏ ଯେ ଘରେ ଯେତେବେଳେ ବି କେବେ ମିଠା ଜିନିଷ ତଳେ ପଡିଯାଏ, ସେତେବେଳେ ତା ଉପରେ ମାଛି ଭିଣଭିଣ ହୁଅନ୍ତି। ଖାସ୍ କରି ତ ବର୍ଷା ଦିନରେ ଏମାନଙ୍କୁ ଅଧିକ ଦେଖିବାକୁ ମିଳେ। ଏହି ମାଛି ନିଜ ସହିତ ଅନେକ ରୋଗକୁ ଡାକିକି ଆଣିଥାଏ। ଏମାନେ ଯୁଆଡେ ଚାହାଁନ୍ତି ସିଆଡେ ରୋଗ ଖୋଳାଇ ପାରନ୍ତି।
ଏମିତିରେ ଲୋକମାନେ ବଜାରରେ ଉପଲବ୍ଧ ପ୍ରଡକ୍ଟସର ବ୍ୟବହାର କରନ୍ତି, ଯାହାଦ୍ୱାରା ମାଛି ମାନଙ୍କୁ ଦୂର କରାଯାଇପାରିବ। କିନ୍ତୁ ଏହିସବୁ ପ୍ରଡକ୍ଟସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇପାରେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପଚାର ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ମାଛି ଘଉଡାଇ ପାରିବେ।

- ମାଛି ଠାରୁ ମୁକ୍ତି ପାଇବା ପାଇଁ ସାମାନ୍ୟ ତୁଳାକୁ ନେଇ କୌଣସି ସୁଗନ୍ଧିତ ତେଲରେ ବୁଡାଇ କବାଟ ପାଖରେ ରଖିଦିଅନ୍ତୁ। ଆପଣ
- ଦେଖିବେ ଯେ ତେଲର ସୁଗନ୍ଧରେ ମାଛି ମାନେ ଦୂର ହୋଇଯିବେ।
- କର୍ପୁର ଜଲାଇ ପୂରା ଘରେ ଏହାର ଧୂଆଁକୁ ଚାରିଆଡେ ଦେଖାନ୍ତୁ। ଏହାର ମହକରେ ମାଛିମାନେ ପଳାଇଯିବେ।
- ଲାଭେଣ୍ଡର, ନୀଳଗିରି, ଲେମନଗ୍ରାସ ଭଳି କିଛି ଆସେନସିଆଲ ତେଲର ଅନେକ ପ୍ରକାର ଫାଇଦା ରହିଛି। ଏହାସହିତ ଏହି ମାଛି ଠାରୁ ବି ଆମକୁ ଛୁଟକାରା ଦେଇଥାଏ।
- ଏକ ସେଓରେ ଗୋଟିଏ ଲବଙ୍ଗ ଖୋସି ଦିଅନ୍ତୁ ଏବଂ ସେହି ଯାଗାରେ ରଖିଦିଅନ୍ତୁ ଯେଉଁଠି ମାଛି ଲାଗୁଥିବ। ମାଛିମାନେ ଲବଙ୍ଗର ମହକକୁ ବରଦାସ୍ତ କରିପାରନ୍ତିନାହିଁ, ଯାହାଫଳରେ ଦୌଡି ପଳାଇଯାନ୍ତି।
- ଏକ ପାତ୍ରରେ ଅଳ୍ପ ଭିନେଗାର ରଖନ୍ତୁ। ସେଥିରେ ଅଳ୍ପ ଡିଟରଜେଣ୍ଟ ରଖି ରୁମରେ ରଖିଦିଅନ୍ତୁ। ମାଛି ତାପ୍ରତି ଆକର୍ଷିତ ହୋଇ ପାତ୍ର ମଧ୍ୟକୁ ଆସିଯିବେ ଏବଂ ସେଥିରେ ବୁଡି ଯିବେ।
- ଷ୍ପ୍ରେ ବଟଲରେ ପାଣି ଏବଂ ଲାଲ ଲଙ୍କା ପାଉଡର ମିଶାନ୍ତୁ। ଯେଉଁ ଯାଗାରେ ମାଛି ଲାଗୁଥିବେ ସେହି ଯାଗାରେ ସ୍ପେ କରିଦିଅନ୍ତୁ। ମାଛିମାନେ ଦୂରକୁ ପଳାଇବେ।
- ଘରର ପ୍ରବେଶ ଦ୍ୱାରରେ ଏକ ପ୍ଳାଷ୍ଟିକ ବ୍ୟାଗରେ ପାଣି ଭରି ଟାଙ୍କି ଦିଅନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ମାଛି ଘର ଭିତରକୁ ଆସିପାରିବେନାହିଁ।



