ସ୍ୱାସ୍ଥ୍ୟ

ହଠାତ୍‌ ଅଚେତ ହୋଇପଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ହେବେ ସୁସ୍ଥ

ଅଧିକାଂଶ ସମୟରେ ଆପଣମାନେ ଫିଲ୍ମରେ ଅପସାର(ଅଚେତ) ହେବାର ସିନ୍‌ ଦେଖିଥିବେ। ଏହି ସମୟରେ ବ୍ୟକ୍ତି ମୂର୍ଚ୍ଛା ହୋଇ ପଡିବା ମାତ୍ରେ ହିଁ କିପରି ତାଙ୍କୁ ଜୋତା ସୁଘାଂଇବା ଦ୍ୱାରା ବ୍ୟକ୍ତି ଜଣକ ଠିକ୍‌ ହୋଇଯାଆନ୍ତି ତାହା ମଧ୍ୟ ଦେଖିଥିବେ। ଏସବୁ ତ ଫିଲ୍ମର ଦୃଶ୍ୟ କିନ୍ତୁ ବାସ୍ତବ ଜୀବନରେ କିଛି ଲୋକ ଅନେକ ଥର ଅଚେତ ହୋଇଯାଇଥାନ୍ତି ଏବଂ ଶରୀର ଥରିବାକୁ ଲାଗିଥାଏ। ଏହି ସମୟରେ ଆପଣ ବ୍ୟକ୍ତିଙ୍କୁ ଠିକ୍‌ କରିବା ପାଇଁ ଅସ୍ତବ୍ୟସ୍ତ ମଧ୍ୟ ହୋଇଯାନ୍ତି କିନ୍ତୁ ଏବେ ଅସ୍ତବ୍ୟସ୍ତ ହୋବର କୌଣସି ଆବଶ୍ୟକତା ନାହିଁ। କାରଣ ଆପଣ ଏଭଳି ସ୍ଥିତିରେ ଆପଣ ଘରୋଇ ଉପାୟ ଆପଣାଇ ରୋଗୀଙ୍କ ଜୀବନ ବଞ୍ଚାଇ ପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଘରୋଇ ଉପଚାର।

achetତୁଳସୀ ଏବଂ ସୀତା ଫଳ:

ତୁଳସୀରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହା ମସ୍ତିଷ୍କରେ ଫ୍ରି ରେଡିକଲ୍ସକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ। ଅଚେତ ରୋଗରୁ ରକ୍ଷା ପାଇବା ପାଇଁ ରୋଗୀଙ୍କୁ ପ୍ରତ୍ୟେକ ଦିନ ୨୦ଟି ତୁଳସୀ ପତ୍ର ଖାଇବାକୁ ଦିଅନ୍ତୁ। ହଠାତ୍‌ ଅଚେତ ହୋଇପଡୁଥିବା ବ୍ୟକ୍ତିଙ୍କୁ ତୁଳସୀ ରସ ଏବଂ ଖଦଡ ଲୁଣ ମିଶାଇ ରୋଗୀଙ୍କ ନାକରେ ପକାନ୍ତୁ। ଆପଣ ଚାହିଁଲେ ତୁଳସୀ ପତ୍ର ବଦଳରେ ସୀତାଫଳ ପତ୍ରର ରସରେ ମଧ୍ୟ ଲୁଣ ମିଶାଇ ନାକରେ ପକାଇପାରିବେ।

tulsiଧଳା ପିଆଜ:

ଅଚେତ ହୋଇଯାଉଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଧଳା ପିଆଜ ରସ ୧ ଚାମଚ ନିଶ୍ଚିନ୍ତ ସେବନ କରାନ୍ତୁ।

Grape-Juiceଅଙ୍ଗୁର ରସ:

ଅଙ୍ଗୁର ରସ ମଧ୍ୟ ଅପସାର ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। ପ୍ରତ୍ୟେକ ଦିନ ସକାଳେ ରୋଗୀଙ୍କୁ ଅଙ୍ଗୁର ରସ ପିଇବାକୁ ଦିଅନ୍ତୁ।

Pumpkin-Juiceକଖାରୁ:

କଖାରୁରେ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ମସ୍ତଷ୍କର ନାଡି-ରସାୟନ ସନ୍ତୁଳିତ ହୋଇଥାଏ। ଏଥିପାଇଁ ଆପଣ ରୋଗୀଙ୍କୁ କଖାରୁରେ ତରକାରୀ ପ୍ରସ୍ତୁତ କରି ଖାଇପାରିବେ। ଏଥିସହ କଖାରୁରେ ଜୁସ୍‌ ପିଇବା ଦ୍ୱାରା ଲାଭ ମିଳିଥାଏ। ଯଦି ଏହାର ସ୍ୱାଦ ରୁଚିକର ହୋଇନଥାଏ ତେବେ ସେହି ଜୁସ୍‌ ରେ ଚିନି ଏବଂ ମୁଲହଟି ପାଉଡର ମିଶାଇ ରୋଗୀକୁ ପିଇବାକୁ ଦେଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button