ସ୍ୱାସ୍ଥ୍ୟ

ଅଧିକ ଅଣ୍ଡା ଖାଇଲେ ହୋଇପାରେ ଡାଇବେଟିଜ, ପୂର୍ବରୁ ହୋଇଯାଆନ୍ତୁ ସାବଧାନ !

ଅଣ୍ଡା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ, ସେଥିପାଇଁ ଏହାକୁ ସୁପରଫୁଡ କୁହାଯାଏ। ଏହାକୁ ସିଝାଇ, ପୋଚ କରି, ଫ୍ରାଇ କିମ୍ବା ତରକାରୀ କରି ଖାଇପାରିବେ। ତା’ ଛଡା ପିଲାମାନଙ୍କର ମଧ୍ୟ ବେଶ୍ ପସନ୍ଦ ଥାଏ ଅଣ୍ଡା। ଖୁବଶୀଘ୍ର ପ୍ରସ୍ତୁତ ହୋଇଯାଉଥିବାରୁ ମହିଳାମାନେ ଏହାକୁ କରି ନିଜ ପିଲାମାନଙ୍କୁ ଖାଇବାକୁ ମଧ୍ୟ ଦିଅନ୍ତି। ଏଥିରେ ଥିବା ପ୍ରୋଟିନ, ମିନେରାଲ୍ସ, ଭିଟାମିନ ଆଊଉ ଅନେକ ପୋଷକ ତତ୍ତ୍ବ ଶରୀରକୁ ବଳବାନ କରିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଅଧିକ ଅଣ୍ଡା ଖାଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ ବୋଲି।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଣ୍ଡା ଅଧିକ ଖାଇବା ଦ୍ବାରା ଡାଇବେଟିଜ ବିପଦ ଦେଖାଦେଇପାରେ। ଚାଇନା ମେଡିକାଲ ୟୁନିଭରସିଟି ଏବଂ କ୍ବାତର ୟୁନିଭରସିଟିର ନୂଆ ଅଧ୍ୟୟନରେ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଇଲେ ୬୦ ପ୍ରତିଶତ ବିପଦ ବଢିଯାଇଥାଏ। ଏହି ଅଧ୍ୟୟନରେ ବିଷୟରେ ବ୍ରିଟିଶ ଜର୍ନଲ ଅଫ ନୁଟ୍ରିସନରେ ପ୍ରକାଶିତ ହୋଇଛି।

egg

ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇବା ଦ୍ବାରା ଡାଇବେଟିଜର ବିପଦ ପାଖାପାଖି ୨୫ ପ୍ରତିଶତ ବଢିଯାଇଥାଏ। ଆଉ ପ୍ରତିଦିନ ୫୦ ଗ୍ରାମରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଏହି ବିପଦ ବଢି ୬୦ ପ୍ରତିଶତ ପର୍ଯ୍ଯନ୍ତ ପହଞ୍ଚିଯାଏ। ଦିନକୁ ଦିନ ସମଗ୍ର ବିଶ୍ବରେ ଡାଇବେଟିଜ ସମସ୍ଯା ଅଧିକ ଦେଖିବାକୁ ମିଳୁଛି। WHO ମୁତାବକ, ବିଶ୍ବରେ ପାଖାପାଖି ୬ ପ୍ରତିଶତ ଲୋକ ନିଜର ଲାଇଫଷ୍ଟାଇଲ ଯୋଗୁଁ ରୋଗରେ ପଡୁଛନ୍ତି। ଆଉ ଏହି ସଂଖ୍ଯା ଦିନକୁ ଦିନ ବଢିବାରେ ଲାଗିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button