ସ୍ୱାସ୍ଥ୍ୟ

କେବଳ ମୋଟାପଣ ନୁହେଁ ବରଂ ଏହି ୪ଟି ସାମାନ୍ଯ କାରଣ ଯୋଗୁଁ ମଧ୍ୟ ଫୁଲିଥାଏ ପେଟ, ଜାଣନ୍ତୁ କ’ଣ

ମୋଟାପଣ ଯୋଗୁଁ ମଣିଷର ପେଟ ବଢିଥାଏ ବୋଲି ଆମେ ସମସ୍ତେ ଜାଣିଥାଉ। ଆଉ ଏଥିପାଇଁ ଅନେକ ପ୍ରକାର ବ୍ଯାୟାମ ବି କରିଥାଉ। କେବଳ ମୋଟାପଣ ନୁହେଁ ବରଂ କିଛି ସାମାନ୍ଯ କାରଣ ଯୋଗୁଁ ମଧ୍ୟ ପେଟ ଫୁଲିବା ସମସ୍ଯା ଦେଖାଦେଇଥାଏ। ଏହି ସମସ୍ଯା ଆଜିକାଲିର ଯୁବପିଢିଙ୍କ ପାଇଁ ଏକ ବଡ ଚ୍ଯାଲେଞ୍ଜ ହୋଇଛି। ତେବେ ଆସନ୍ତୁ ଜାଣିବ, ଏହାର ୪ଟି ମୁଖ୍ଯ କାରଣ…

ହରମୋନରେ ପରିବର୍ତ୍ତନ :

ଶରୀରରେ ହରମୋନର ପରିବର୍ତ୍ତନ ହେବା ଯୋଗୁଁ ଏହାର ପ୍ରଭାବ ଆମ ମୁଡ୍ ସହିତ ପାଚନ ତନ୍ତ୍ର ଉପରେ ପଡିଥାଏ । ଖାସ୍ କରି ଯଦି ଆପଣଙ୍କ ଶୋଇବା-ଉଠିବା ଏବଂ ଖାଦ୍ଯପେୟର ସମୟ ଠିକ୍‌ ନଥାଏ ତେବେ ହରମୋନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି କାରଣ ଯୋଗୁଁ, ବାରମ୍ବାର ପେଟ ଫୁଲିବା ସମସ୍ଯା ସାମ୍ନା କରିବାକୁ ପଡିଥାଏ । ଯଦି ଆପଣ ପେଟ ଫୁଲିବା ସମସ୍ୟାରେ ଜଡିତ ରହିଛନ୍ତି , ତେବେ ଜଲଦି ନିଜର ହରମୋନକୁ ପରୀକ୍ଷା କରାଇନିଅନ୍ତୁ।

belly

ଓଭାରିରେ କ୍ଯାନସର ହେବା :

ବାରମ୍ବାର ପେଟ ଫୁଲିବା ସମସ୍ଯା ଓଭାରିରେ କ୍ଯାନସର କାରଣ ଯୋଗୁଁ ମଧ୍ୟ ହୋଇପାରେ। ଓଭାରିରେ କ୍ଯାନସର ଯେତେବେଳେ ବିକଶିତ ହୁଏ, ସେତେବେଳେ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ।

ଅଟୋଇମ୍ଯୁନ ଡିଜ୍‌ଅର୍ଡର:

ଅଟୋଇମ୍ଯୁନ ଡିଜ୍‌ଅର୍ଡର୍ସ କାରଣ ଯୋଗୁଁ ଶରୀରର କୋଷିକା ହିଁ ଶରୀରର ଅନ୍ଯ ସୁସ୍ଥ କୋଷିକାକୁ କ୍ଷତି ପହଞ୍ଚାଇଥାଏ । ଏହି ପ୍ରକାର ରୋଗକୁ ସିଲିଏକ ଡିଜିଜ୍ କୁହାଯାଏ । ଯାହାଦ୍ୱାରା ପେଟରେ ଅସହ୍ଯ ଯନ୍ତ୍ରଣା ହୋଇଥାଏ।

belly 1

ଇରିଟେବଲ ବାଉଲ୍ ସିଣ୍ଡ୍ରମ୍‌ :

ଇରିଟେବଲ୍ ବାଉଲ୍ ସିଣ୍ଡ୍ରମ୍‌ ଏବଂ ଆଇବିଏସ୍ ଏମିତି ଏକ ସମସ୍ଯା, ଯାହା କାରଣରୁ ପାଚନ ତନ୍ତ୍ର ସହିତ କୌଣସି ପ୍ରକାର ଅସୁବିଧା ଦେଖାଯାଇନଥାଏ । କିନ୍ତୁ ଅନ୍ତଃନଳୀରେ ବ୍ଯାକ୍ଟେରିଆଗୁଡିକ ଅଧିକ ସମ୍ବେଦନଶୀଳ ହୋଇପଡିବା କାରଣରୁ ପେଟ ଫୁଲିବା ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଏହାର ଅନ୍ଯ କିଛି କାରଣ ହୋଇପାରେ ତେବେ ଏହିସବୁ ସମସ୍ଯା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button