ନୀତି

ଶନିଙ୍କ କୋପରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ, ଜାଣନ୍ତୁ କ’ଣ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ ବୋଲି ମାନ୍ୟତା ରହିଛି। ବିଦ୍ୱାନଙ୍କ କହିବାନୁଯାୟୀ ସମସ୍ତ ଗ୍ରହ ପରି ଶନି ଗ୍ରହର ପ୍ରଭାବ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। କାରଣ ଶନି ଗ୍ରହ ଏଭଳି ଏକ ଗ୍ରହ, ଯାହାଙ୍କୁ ନ୍ୟାୟ ପ୍ରଦାନକାରୀ କୁହାଯାଇଥାଏ।

କେବେ କେବେ ବ୍ୟକ୍ତି ଜାଣତରେ ହେଉ କିମ୍ବା ଅଜାଣତରେ ଯେଉଁ ପାପ କର୍ମ କରିଥାନ୍ତି ଶନିଦେବ ତାଙ୍କୁ ଦୁଷ୍କର୍ମର ଦଣ୍ଡ ଦେଇଥାନ୍ତି। ଅନେକ ଥର ଲୋକମାନେ ଏହା ବୁଝିପାରନ୍ତି ନାହିଁ ତାଙ୍କୁ ତାଙ୍କର କେଉଁ କର୍ମର ଦଣ୍ଡ ଭୋଗିବାକୁ ପଡୁଛି। ଏଭଳି ପରିସ୍ଥିତିରେ ରକ୍ଷା ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଉପାୟର ସାହାଯ୍ୟ ନିଅନ୍ତୁ।

sani dev-ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଶନିବାର ଦିନ କଳା ରଙ୍ଗର କପଡା ଉପରେ ବସି ଶନି ସ୍ତୋତ୍ର ଏବଂ ଚାଳିଶା ପାଠ କରନ୍ତୁ। ଏହାପରେ ଶନି ଦେବଙ୍କ ମନ୍ଦିରକୁ ଯାଇ ଆଳତୀ କରନ୍ତୁ।

-ଶନିବାର ସଂଧ୍ୟାରେ କଳା ରଙ୍ଗର କୁକୁରକୁ ଚଣା ଖୁଆନ୍ତୁ। ଏଥିସହ ନିଜର ସକ୍ଷମ ଅନୁଯାୟୀ ଗରିବ ଲୋକଙ୍କୁ ଚଣା ଦାନ କରନ୍ତୁ।

-ଏକ କଳା ରଙ୍ଗର ମାଠିଆ ନିଅନ୍ତୁ। ସେଥିରେ ୨ କିଲୋ କଳା ଚଣା କିମ୍ବା କଳା ମୁଗ ଡାଲି ପକାନ୍ତୁ। ଏବେ ସେହି ମାଠିଆକୁ ହାତରେ ନେଇ ଶନିଦେବଙ୍କ ସ୍ୱରୂପ ଧ୍ୟାନ କରନ୍ତୁ। ଏହାପରେ ଶନି ଦେବଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ସେହି ମାଠିଆକୁ କୌଣସି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ।

-ନିଜର ବାମ ଗୋଡରେ କଳା ରଙ୍ଗର ଫିତା ବାନ୍ଧନ୍ତୁ। ଏଥିସହ ପ୍ରତ୍ୟେକ ଶନିବାର ଦିନ କଳା ରଙ୍ଗର କପଡା ଦାନ କରନ୍ତୁ।

-ଏକ ପାତ୍ରରେ ସୋରିଷ ତେଲ ପକାନ୍ତୁ। ଏବେ ସେଥିରେ ନିଜର ଛବି ଦେଖନ୍ତୁ। ବର୍ତ୍ତମାନ ସେହି ତେଲକୁ ଶନି ଦେବଙ୍କ ମନ୍ଦିରକୁ ନେଇ ଦୀପ ଜଳାନ୍ତୁ। ଆପଣ ଚାହିଁଲେ ଏହି ତେଲକୁ କାହାକୁ ଦାନ ମଧ୍ୟ କରିପାରିବେ।

-ପ୍ରତ୍ୟେକ ଦିନ ପକ୍ଷୀଙ୍କୁ ସାତ ପ୍ରକାର ଶସ୍ୟ ଦାନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button