ସ୍ୱାସ୍ଥ୍ୟ

ସ୍ବାସ୍ଥ୍ଯ ପାଇଁ କ୍ଷତିକାରକ ଫ୍ରୋଜନ ଫୁଡ୍, ଖାଇବା ଦ୍ବାରା ହୋଇପାରେ ଶରୀରକୁ ବଡ଼ କ୍ଷତି

ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ସମୟ ଅଭାବ ଯୋଗୁଁ ଫ୍ରୋଜନ ଏବଂ ପ୍ଯାକ୍ଡ ଫୁଡ୍ ର ଚାହିଦା ବଢ଼ିବାକୁ ଲାଗିଛି। ସତେଜ ଖାଇବା ତୁଳନାରେ ଲୋକେ ଫ୍ରୋଜନ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହା ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଫ୍ରୋଜନ ଫୂଡରେ ହାଇଡ୍ରୋଜେନଟେଡ ପାମ୍ ଅଏଲ୍ ର ବ୍ଯବହାର କରାଯାଏ। ଯେଉଁଥିରେ ହାନିକାରକ ଟ୍ରାନ୍ସ ଫ୍ଯାଟ୍ ରହିଥାଏ। ଏହାଛଡା ଷ୍ଟାର୍ଚ ଏବଂ ଗ୍ଲୁକୋଜରୁ ପ୍ରସ୍ତୁତ ହେଉଥିବା କର୍ନ ସିରପ ଭଳି ପ୍ରିଜରଭେଟିଭ୍ର ବ୍ଯବହାର କରାଯାଏ।

ଫ୍ରୋଜନ ଫୁଡରେ ସୋଡିୟମ ମାତ୍ରା ଅଧିକ ରହିଥାଏ। ଏହା ଯୋଗୁଁ ଶରିରରେ ଅନେକ ପ୍ରକାର ସମସ୍ଯା ସାମ୍ନାକୁ ଆସିଥାଏ। ଏହି ଫୁଡକୁ କେବେ କେବେ ଖାଇପାରିବେ କିନ୍ତୁ ଅଭ୍ଯାସ କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା, ଏହାକୁ ଖାଇବା ଦ୍ବାରା କ’ଣ କ’ଣ ଗମ୍ଭୀର ସମସ୍ଯା ଲାଗିରହିଥାଏ।

frozen

– ଫ୍ରୋଜନ ଫୁଡକୁ ସତେଜ ରଖିବା ପାଇଁ ଷ୍ଟାର୍ଚର ବ୍ଯବହାର କରାଯାଏ। ଏହି ଷ୍ଟାର୍ଚ ଖାଇବାରେ ସ୍ବାଦ ବଢାଇବା ସହିତ ଭଲ ଦେଖାଯାଏ। ଖାଦ୍ଯ ହଜମ କରିବା ପୂର୍ବରୁ ଏହା ଗ୍ଲୁକୋଜକୁ ସୁଗାରରେ ପରିବର୍ତ୍ତନ କରିଦିଏ। ସୁଗାରର ଅଧିକ ମାତ୍ରା ଡାଇବେଟିଜ ହେବାର ଆଶଙ୍କା ବଢାଇଦିଏ।

– ଏହାଛଡା ଫ୍ରୋଜନ ଫୁଡ ଖାଇବା ଦ୍ବାରା ହ୍‌ଦ ସମ୍ବନ୍ଧୀୟ ରୋଗ ସହ ବ୍ଲଡପ୍ରେସର ମଧ୍ୟ ବଢିଯାଏ। ଏଥିରେ ଥିବା ଟ୍ରାନ୍ସ ଫ୍ଯାଟସ ଶରୀରରେ ବ୍ଲଡ କୋଲେଷ୍ଟ୍ରଲସ୍ତରକୁ ବଢାଇଥାଏ ଏବଂ ଭଲ କୋଲେଷ୍ଟ୍ରୋଲକୁ କମାଇଥାଏ। ଯାହା ପାଇଁ ଏହି ରୋଗ ବଢିଯାଏ।

food 1

– ଏହାଛଡା ଫ୍ରୋଜନ ଫୁଡ ଖାଇବା ଦ୍ବାରା କ୍ଯାନସର ଏବଂ କ୍ଯାଲୋରୀ ମାତ୍ରା ବଢିଯାଏ। ଖାସ୍ କରି ଫ୍ରୋଜନ ମାଂସ ଖାଇବା ଦ୍ବାରା ପାନକ୍ରିୟାଟିକ କ୍ଯାନସର ହେବାର ଆଶଙ୍କା ଅଧିକ ଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଫ୍ରୋଜନ ଫୁଡ ଖାଇବା ଦ୍ବାରା ୬୫ ପ୍ରତିଶତ କ୍ଯାନସର ବିପଦ ବଢିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button