ମନୋରଞ୍ଜନ

ଥଣ୍ଡା ଦିନେ ପେଟର ଚର୍ବି କମ୍‌ କରିବା ପାଇଁ ପିଅନ୍ତୁ କଖାରୁ ସୁପ୍, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଶୀତ ଦିନେ ଗରମା ଗରମ ସୁପ୍ ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହା ଶରୀର ପାଇଁ ଲାଭକାରୀ ହେବା ସହ ସାଦିଷ୍ଟ ମଧ୍ୟ ଲାଗିଥାଏ। ଏଥିସହ ଓଜନ କମ୍‌ କରିବାରେ ମଧ୍ୟ ସୁପ୍ ସହାୟକ ହୋଇଥାଏ। କାରଣ ଆପଣ ଯେତିକି ପରିମାଣରେ ଫାଇବର ସେବନ କରିବେ ସେତିକି ମାତ୍ରାରେ ଆପଣଙ୍କର ପାଚନ ତନ୍ତ୍ର ମଜବୁତ୍ ହେବ । ଏହାଦ୍ୱାରା ଫ୍ୟାଟ୍‌ ଜମା ହୋଇନଥାଏ କିମ୍ବା ଶରୀରରେ ଚର୍ବି ବଢ଼ିନଥାଏ। ତେବେ ଆସନ୍ତୁ ଜାଣିବା ସୁପ୍ କିପରି ଓଜନ କମାଇବାରେ ସାହାଯ୍ୟ କରିଥାଏ।

କଖାରୁ ସୁପ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

soupକଖାରୁ
ପିଆଜ
ଗାଜର
ପୋଦିନା
ଧନିଆ ପତ୍ର
କଳା ଲୁଣ
ଗୋଲମରିଚ
ତେଲ

ପ୍ରସ୍ତୁତ ପ୍ରଣାଳୀ

Pumpkin-Soupସର୍ବ ପ୍ରଥମେ କଖାରୁ ନିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏଥିସହ ପିଆଜ, ଗାଜର ମଧ୍ୟ କାଟନ୍ତୁ। ଏବେ ଏକ ପ୍ୟାନ୍‌କୁ ଗରମ କରନ୍ତୁ। ଏଥିରେ ଏକ ଚାମଚ ତେଲ ପକାନ୍ତୁ। ଯେପରି ତେଲ ଗରମ ହୋଇଯିବ ସେଥିରେ କଟା ଯାଇଥିବା ପିଆଜ ଏବଂ ଗାଜର ପକାଇ ଫ୍ରାଏ କରନ୍ତୁ। ଏବେ ସେଥିରେ କଟା ଯାଇଥିବା କଖାରୁ ପକାଇ ଘୋଡାଇ ଦିଅନ୍ତୁ। ଏହାପରେ ଯେତେବେଳେ କଖାରୁ ସିଝି ଆସିବ ଏହାକୁ ଆଞ୍ଚରୁ କାଢ଼ି ଦିଅନ୍ତୁ । ଏବେ ଏହାକୁ ମିକ୍ସ ଜାର୍ ରେ ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ସେଥିରେ ଗରମ ପାଣି ମିଶାଇ ଦିଅନ୍ତୁ। ଏବେ ସେଥିରେ କଳା ଲୁଣ, ଗୋଲମରିଚ, ପୋଦିନା, ଧନିଆ ପତ୍ର ଆଦି ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁପ୍‌ । ଏହି ସୁପ୍ କୁ ଏକ ବାଉଲ୍ ରେ କାଢି ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button