ଦେଶ ବିଦେଶ

ମହାରାଷ୍ଟ୍ର ହସ୍ପିଟାଲ୍‌ରେ ଆହୁରି ୭ ମୃତ: ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି – Utkal Mail


ମୁମ୍ବାଇ: ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲା ସରକାରୀ ହସ୍ପିଟାଲ୍‌ରେ ପୁଣି ୭ ଜଣଙ୍କର ମୃତ୍ୟୁ ଘଟି ମୃତକଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ ଏହି ସଂପର୍କରେ ସୂଚନା ଦେଇଛନ୍ତି। ଗତକାଲି ହସ୍ପିଟାଲ୍‌ରେ ୨୪ ଘଣ୍ଟାରେ ୨୪ ମୃତ୍ୟୁ ଜାତୀୟ ହେଡ୍‌ଲାଇନ୍‌ ବନିଥିବା ବେଳେ ଆଜି ଆହୁରି ୭ ଜଣଙ୍କ ଜୀବନ ଯିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି।

ନାଣ୍ଡେଡ଼ର ଶଙ୍କରରାଓ ଚୌହାନ ସରକାରୀ ମେଡିକାଲ କ‌ଲେଜ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ଔଷଧ ଅଭାବରୁ ଏତେ ଲୋକଙ୍କର ମୃତ୍ୟୁ ହୋଇଯାଇଛି ବୋଲି କୁହାଯାଉଛି। ଆହୁରି ପ୍ରାୟ ୬୫ ଜଣ ରୋଗୀ ଅତି ଗୁରୁତର ଅଛନ୍ତି ଏବଂ ଜୀବନ ସହ ସଂଘର୍ଷ କରୁଛନ୍ତି।

ଗତକାଲି ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ୍‌ ମଧ୍ୟ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ୧୨ ମୃତ ଶିଶୁଙ୍କ ମଧ୍ୟରେ ୬ ଜଣ ପୁଅ ଏବଂ ୬ ଝିଅ ଥିଲେ। ୮ ଶିଶୁଙ୍କ ବୟସ ୩ ବର୍ଷ ମଧ୍ୟରେ ରହିଥିଲା। ଅନ୍ୟପକ୍ଷେ ଅନ୍ୟ ୪ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ପଡ଼ୋଶୀ ଜିଲ୍ଲାର ବିଭିନ୍ନ ଘରୋଇ ହସ୍ପିଟାଲରୁ ଏଠାକୁ ସ୍ଥା‌ନାନ୍ତର କରାଯାଇଥିଲା ବୋଲି ସେ କହିଥିଲେ। ଅନ୍ୟ ୧୨ ଜଣଙ୍କର ବିଭିନ୍ନ ରୋଗରେ ମୃତ୍ୟୁ ହୋଇଥିଲା। ୪ ଜଣଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଫୁଡ୍‌ ପଏଜନ, ୨ ଜଣଙ୍କର କିଡନି ସମସ୍ୟା ଏବଂ ଜଣେ ମହିଳାଙ୍କର ପ୍ରସବ ସମୟରେ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଖାଲି ସେତିକି ନୁହେଁ, ଦୁର୍ଘଟଣାରେ ଅତି ଗୁରୁତର ଥିବା ୩ ରୋଗୀ ଏବଂ ପାକସ୍ଥଳି ଜନିତ ସମସ୍ୟା ପାଇଁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button