ମନୋରଞ୍ଜନ

‘Toxic’ ଟ୍ରେଲରରେ ୟଶଙ୍କ ଡବଲ୍ ରୋଲ୍: ଅଗଷ୍ଟ ୨୬ରେ ରିଲିଜ୍

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic: A Fairytale for Grown-Ups’ର ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମରେ ଅଭିନେତା ୟଶ ରାୟା ଓ ଟିକେଟ୍‌ ଭୂମିକାରେ ଡବଲ୍ ରୋଲ୍‌ରେ ନଜର ଆସିଛନ୍ତି। ଏହି ଫିଲ୍ମରେ ୟଶ ପିତା ଏବଂ ପୁଅ ଡବଲ୍ ରୋଲରେ ନଜର ଆସିଥିବାବେଳେ, ଫିଲ୍ମର କାହାଣୀରେ ସେମାନେ ସଂଘର୍ଷର ଦୁଇ ବିପରୀତ ପାର୍ଶ୍ୱରେ ରହିଛନ୍ତି। ଟ୍ରେଲରରେ ଆକ୍ସନ ଦେଖି ଫ୍ୟାନ୍ସ ବିଭୋର ହୋଇଛନ୍ତି। ଫିଲ୍ମରେ ୟଶଙ୍କ ସହ ନୟନତାରା, କିଆରା ଆଡଭାଣୀ, ତାରା ସୁତାରିଆ, ରୁକ୍ମିଣୀ ବସନ୍ତ ଏବଂ ହୁମା କୁରେଶୀ ପ୍ରମୁଖ ଭୂମିକାରେ ଅଛନ୍ତି। ଟ୍ରେଲରରୁ ଜଣାପଡ଼ୁଛି ଯେ, ଏହି ସମସ୍ତ ଚରିତ୍ର ପରସ୍ପରର ସମ୍ପର୍କ, ଦ୍ୱନ୍ଦ୍ୱ, ବିଶ୍ୱାସଘାତ ଓ ଶକ୍ତିର ଲଢ଼େଇ ସହ ଜଡ଼ିତ। ନିର୍ଦ୍ଦେଶକ ଗୀତୁ ମୋହନଦାସ ଫିଲ୍ମରେ ପ୍ରତିଦ୍ୱନ୍ଦ୍ୱୀ ନିଷ୍ଠା, ବିଶ୍ୱାସଘାତ ଓ ବ୍ୟକ୍ତିଗତ ମୁକ୍ତିକୁ କାହାଣୀର ମୁଖ୍ୟ ଆଧାର କରିଛନ୍ତି। ଏହି ସିନେମାରେ ହଲିଉଡ ଭଳି ଆକ୍ସନ ସିନ୍ ଦେଖିବାକୁ ମିଳିଛି ।

ସସପେନ୍ସ, ଆକ୍ସନ୍ ଏବଂ ରୋମାନ୍ସ ଦେଖି ଏହା ବକ୍ସ ଅଫିସର ପୂର୍ବର ସବୁ ରେକର୍ଡ ଭାଙ୍ଗିଦେବ ବୋଲି ଦର୍ଶକେ ଆକଳନ କରିଛନ୍ତି । ଟ୍ରେଲରରୁ ଏହା କେବଳ ଏକ ସାଧାରଣ ଗ୍ୟାଙ୍ଗଷ୍ଟର୍ ଫିଲ୍ମ ନୁହେଁ ବୋଲି ଜଣାପଡିଛି। ନୈତିକ ଦ୍ୱନ୍ଦ୍ୱ, ମାନବୀୟ ଭାବନା ଓ ଜଟିଳ ଚରିତ୍ର ଏହାର କାହାଣୀର ମୁଖ୍ୟ ଅଂଶ। ୟଶ ପୂର୍ବରୁ ମଧ୍ୟ କହିଥିଲେ ଯେ ଫିଲ୍ମଟି ମଣିଷର ‘ଅନ୍ଧାର ପାର୍ଶ୍ୱ’କୁ ନେଇ ଗଭୀର ଭାବେ ଅନୁସନ୍ଧାନ କରିବ। ‘ଟକ୍ସିକ’ କନ୍ନଡ଼ ଓ ଇଂରାଜୀ ଭାଷାରେ ଏକାସାଙ୍ଗେ ଶୁଟ୍ କରାଯାଇଛି। ଏହାର ହିନ୍ଦୀ, ତେଲୁଗୁ, ତାମିଲ୍ ଓ ମଲୟାଲମ୍ ଡବ୍ ଭର୍ସନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। KVN Productions ଓ Monster Mind Creations ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୀତୁ ମୋହନଦାସ। ଫିଲ୍ମଟି ଅଗଷ୍ଟ ୨୬ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button