ସ୍ୱାସ୍ଥ୍ୟ

Snake bite: ଆଜି ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ, ସାପ କାମୁଡିଲା ବୋଲି ୩ ଦିନ ସାପକୁ ଡ୍ରମରେ ରଖିଲେ ଆହତଙ୍କ ପରିବାର

ଆଜି ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ । ସାପ କାମୁଡିଲା ବୋଲି ୩ ଦିନ ସାପକୁ ଡ୍ରମରେ ରଖିଲେ ଆହତଙ୍କ ପରିବାର । ପରେ ନିଜେ ବୁଝିପାରି ସାପ ଧରାଳିଙ୍କୁ ଡାକି ସୁରକ୍ଷିତ ଅବସ୍ଥାରେ ସ୍ଥାନୀୟ ଜଙ୍ଗଲରେ ସାପକୁ ଛାଡ଼ିଲେ । ଏଭଳି ଘଟଣା ଘଟିଛି ଯାଜପୁର ରୋଡ ବନାଞ୍ଚଳ କଙ୍କଡ଼ାଝର ଗାଁରେ ।

ସୂଚନା ମୁତାବକ ୩ ଦିନତଳେ ସନ୍ଧ୍ୟାରେ ମହିଳା ଜଣକ ରୁଟି କରିବା ପାଇଁ ତାୱା ଆଣିବାକୁ ଗଲାବେଳେ ତାୱା ତଳେ ଲୁଚି ରହିଥିଲା ଗୋଖର ସାପ। ମହିଳା ଜଣକ ତାୱାକୁ ଉଠାଇବା ମାତ୍ରେ ତାଙ୍କ ଡାହାଣ ଗୋଡକୁ ଚୋଟ ମାରିଥିଲା ଗୋଖର। ମହିଳା ଜଣକ ଚିତ୍କାର କରିବାରୁ ପରିବାର ଲୋକେ ଦୌଡି ଆସିଥିଲେ । ସଙ୍ଗେ ସଙ୍ଗେ ଆହତ ମହିଳାଙ୍କୁ ସ୍ଥାନୀୟ ଦାନଗଦି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏବେବି ମହିଳା ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ICUରେ ରଖାଯାଇଛି। ପର ଦିନ ସ୍ଥାନୀୟ ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତି ହୋଇ ସାପକୁ ଏକ ଡ୍ରମରେ ଭର୍ତ୍ତି କରିଦେଇଥିଲେ। ଖବର ପାଇ ସ୍ଥାନୀୟ ସାପ ଧରାଳି ଘଟଣାସ୍ଥଳ ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ସାପ କୁ ଡ୍ରମରୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛଡ଼ାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button