ମନୋରଞ୍ଜନ

Smartphone Expire: ଏକ୍ସପାୟରୀ ହୋଇଯିବ ଆପଣଙ୍କ ସ୍ମାର୍ଟଫୋନ୍? ଜାଣନ୍ତୁ କେବେ ବଦଳାଇବେ

ଆଜିର ଦିନରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଜରୁରୀ ଅଂଶ ପାଲଟିଯାଇଛି। ବ୍ୟାଙ୍କିଙ୍ଗ୍, ଅନଲାଇନ୍ ସପିଂ, କଥାବାର୍ତ୍ତାଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ପାଇଁ ଆମେ ଫୋନ୍ ବ୍ୟବହାର କରୁଛୁ । ତେବେ ବଜାରକୁ ନୂଆ ଫୋନ୍ ଆସିଲେ ହିଁ ପୁରୁଣା ଫୋନ୍ ବଦଳାଇବା ଜରୁରୀ ନୁହେଁ । ଭଲ ଫୋନ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ଆରାମରେ ବ୍ୟବହାର କରିହେବ । କିନ୍ତୁ ସମୟ ବଢ଼ିବା ସହିତ ଫୋନର ବ୍ୟାଟେରୀ, ସ୍କ୍ରିନ୍ କିମ୍ବା ଅନ୍ୟ ପାର୍ଟରେ ସମସ୍ୟା ଦେଖାଦେଇପାରେ । ଏପରି ସ୍ଥିତିରେ ସବୁବେଳେ ନୂଆ ଫୋନ୍ କିଣିବା ଆବଶ୍ୟକ ନାହିଁ । ଖରାପ ପାର୍ଟ ବଦଳାଇ ଫୋନକୁ ପୁଣି ଅଧିକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିହେବ।

ବ୍ୟାଟେରୀ ଶୀଘ୍ର ସରୁଛି କି?
ଫୋନର ବ୍ୟାଟେରୀ ସମୟ ସହିତ ଦୁର୍ବଳ ହୋଇଯାଏ । ଯଦି ଫୋନ୍ ପୂର୍ବ ଅପେକ୍ଷା ଶୀଘ୍ର ଡିସଚାର୍ଜ ହେଉଛି, ତେବେ ଏଥିପାଇଁ ପୂରା ଫୋନ୍ ବଦଳାଇବା ଦରକାର ନାହିଁ। ପ୍ରଥମେ ବ୍ୟାଟେରୀ ବଦଳାଇବାର ବିକଳ୍ପ ଦେଖନ୍ତୁ । ଭଲ ବ୍ୟାଟେରୀ ଲଗାଇବା ପରେ ପୁରୁଣା ଫୋନକୁ ଆହୁରି କିଛି ବର୍ଷ ବ୍ୟବହାର କରିହେବ। ସେହିପରି ଫୋନର ସ୍କ୍ରିନ୍ ଭାଙ୍ଗିଗଲେ କିମ୍ବା ଅନ୍ୟ କୌଣସି ପାର୍ଟ ଖରାପ ହେଲେ ମଧ୍ୟ ପ୍ରଥମେ ରିପେୟାର କରିବା କଥା ଚିନ୍ତା କରନ୍ତୁ । ଅନେକ ସମୟରେ ନୂଆ ଫୋନ୍ କିଣିବା ଅପେକ୍ଷା ପାର୍ଟ ବଦଳାଇବା ଶସ୍ତା ପଡ଼ିଥାଏ ।

ପୁରୁଣା ଫୋନ୍ କ୍ଷେତ୍ରରେ କେବଳ ହାର୍ଡୱେର୍ ନୁହେଁ, ସଫ୍ଟୱେର୍ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । କିଛି ବର୍ଷ ପରେ କମ୍ପାନୀଗୁଡ଼ିକ ପୁରୁଣା ମଡେଲ୍ ପାଇଁ ସଫ୍ଟୱେର୍ ଏବଂ ସିକ୍ୟୁରିଟି ଅପଡେଟ୍ ଦେବା ବନ୍ଦ କରିଦିଅନ୍ତି। ଏହା ଏକ ବଡ଼ ସମସ୍ୟା ହୋଇପାରେ । କାରଣ ଫୋନରେ ଆମର ବ୍ୟାଙ୍କିଙ୍ଗ୍ ଡାଟା, ପରସ୍ନାଲ୍ ଚାଟ୍ ଏବଂ ଅନ୍ୟ ଜରୁରୀ ଇନଫରମେସନ୍ ରହିଥାଏ ।

ତେଣୁ ଯଦି ଆପଣଙ୍କ ପୁରୁଣା ଫୋନକୁ ଆଉ ସିକ୍ୟୁରିଟି ଅପଡେଟ୍ ମିଳୁନାହିଁ, ତେବେ କେବଳ ଫୋନ୍ ଚାଲୁଛି ବୋଲି ଏହାକୁ ବ୍ୟବହାର କରିଚାଲିବା ଠିକ୍ ନୁହେଁ । ଫୋନ୍ ଅଧିକ ପୁରୁଣା ହେଲେ ଏହାର ବ୍ୟାଟେରୀ, ସ୍କ୍ରିନ୍ ଏବଂ ଅନ୍ୟ ପାର୍ଟ ବଜାରରେ ସହଜରେ ମିଳିନପାରେ । ଫଳରେ ଫୋନ୍ ରିପେୟାର କରିବା କଷ୍ଟକର ହୋଇପାରେ। ଯଦି ପାର୍ଟ ମିଳୁନାହିଁ କିମ୍ବା ରିପେୟାର ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ତେବେ ନୂଆ ଫୋନ୍ କିଣିବା ଭଲ ବିକଳ୍ପ ହୋଇପାରେ ।

ତେବେ ସ୍ମାର୍ଟଫୋନ୍ର କୌଣସି ନିର୍ଦ୍ଧିଷ୍ଟ ଏକ୍ସପାୟରୀ ଡେଟ୍ ନଥାଏ । ଯଦି ଆପଣଙ୍କ ଫୋନ୍ ଭଲ ଭାବେ କାମ କରୁଛି ଏବଂ ନିୟମିତ ସିକ୍ୟୁରିଟି ଅପଡେଟ୍ ମିଳୁଛି, ତେବେ କେବଳ ବଜାରରେ ନୂଆ ମଡେଲ୍ ଆସିଛି ବୋଲି ଫୋନ୍ ବଦଳାଇବା ଦରକାର ନାହିଁ । କିନ୍ତୁ ବ୍ୟାଟେରୀ, ସ୍କ୍ରିନ୍ କିମ୍ବା ଅନ୍ୟ ପାର୍ଟରେ ବଡ଼ ସମସ୍ୟା ରହିଛି, ରିପେୟାର ସମ୍ଭବ ନୁହେଁ କିମ୍ବା ସିକ୍ୟୁରିଟି ଅପଡେଟ୍ ବନ୍ଦ ହୋଇଯାଇଛି, ତେବେ ଫୋନ୍ ବଦଳାଇବା ହିଁ ଭଲ ନିଷ୍ପତ୍ତି ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button