ମନୋରଞ୍ଜନ

Deepika Padukone: ୪୮,୬୪୩ ଟଙ୍କାର ମ୍ୟାଟର୍ନିଟି ଆଉଟଫିଟ୍‌ରେ ଦୀପିକାଙ୍କ ଫଟୋସୁଟ୍

ପୁଣିଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନ । ସ୍ୱାମୀ ରଣବୀର ସିଂହ ଓ ଝିଅ ଦୁଆଙ୍କ ସହ କରାଇଛନ୍ତି ଫ୍ୟାମିଲି ଫଟୋସୁଟ୍ । ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋରେ ପୂରା ପରିବାର ନଜର ଆସିଛନ୍ତି ।

ଫଟୋରେ ସବୁଠାରୁ ଅଧିକ ନଜର ଆସିଛନ୍ତି କୁନି ଝିଅ ଦୁଆ । ସିମ୍ପଲ୍ ଓ ଏଲିଗାଣ୍ଟ ଲୁକ୍‌ରେ ଦୀପିକା ମଧ୍ୟ ପୁରା ଛାଇ ଯାଇଛନ୍ତି । ରିପୋର୍ଟ ଅନୁସାରେ,ଦୀପିକା ପିନ୍ଧିଥିଲେ Deme by Gabriellaର Kianna Set । ଏହି ଆଉଟଫିଟ୍‌ର ଦାମ୍ ପ୍ରାୟ ୪୮,୬୪୩ ଟଙ୍କା ବୋଲି ଜଣାପଡ଼ିଛି । ହ୍ୱାଇଟ୍ ଲେସ୍ ଓ କଟୱର୍କ ଡିଟେଲିଂ ଦେଇଥିଲା ଲୁକ୍‌କୁ ଏଲିଗାଣ୍ଟ ଟଚ୍ ।

ମ୍ୟାଚିଂ ଫ୍ଲୋରାଲ୍ ଲେସ୍ ଟ୍ରାଉଜର ସହ ଦୀପିକାଙ୍କ ମୋନୋକ୍ରୋମ୍ ଲୁକ୍ ଥିଲା ଚର୍ଚ୍ଚାରେ । ବିନା ଜୁଏଲାରୀ ଓ କମ୍ ମେକଅପ୍‌ରେ ଦୀପିକାଙ୍କ ଲୁକ୍ ଦେଖାଯାଉଥିଲା ଖୁବ୍ ସୁନ୍ଦର । ଫଟୋରେ ରଣବୀର ମଧ୍ୟ ହ୍ୱାଇଟ୍ ସର୍ଟ ଓ ଟ୍ରାଉଜରରେ ନଜର ଆସିଥିଲେ । ତେବେ ଫ୍ୟାମିଲି ଫଟୋର ଅସଲ ଷ୍ଟାର୍ ଥିଲେ ଝିଅ ଦୁଆ । ଫଟୋ ସେୟାର କରି ଦୀପିକା ଲେଖିଥିଲେ- ବେବି ଦୁଆ ଏବଂ ଆମ ହୃଦୟ ଆହୁରି ବଡ଼ ହେଉଛନ୍ତି । ଏଠାରେ ସେ ତାଙ୍କ ଗର୍ଭରେ ଥିବା ସନ୍ତାନକୁ ହୃଦୟ ବୋଲି ସମ୍ବୋଧନ କରିଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button