Aditya Seal Twin Baby Girl : ଯାଆଳାଁ ପିଲାକୁ ଜନ୍ମ ଦେଲେ ଅନୁଷ୍କା ଏବଂ ଆଦିତ୍ୟ ସିଲ୍, ସେୟାର କଲେ ଭାବପ୍ରବଣ ଭିଡିଓ

ଅଭିନେତ୍ରୀ ଅନୁଷ୍କା ରଞ୍ଜନ ଏବଂ ଆଦିତ୍ୟ ସିଲଙ୍କ ଘରକୁ ଆସିଲା ଡବଲ୍ ଖୁସି । ଅନୁଷ୍କା ଜାଆଁଳା ଝିଅଙ୍କୁ ଜନ୍ମ ଦେଇଛନ୍ତି । ଆଦିତ୍ୟ ସିଲ୍ ହସପିଟାଲର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଝିଅ ଦୁଇଜଣଙ୍କୁ ଦେଖିବା ପରେ ଭାବୁକ ହୋଇପଡିଛନ୍ତି ଉଭୟ ସେଲିବ୍ରିଟି ।
ସେପ୍ଟେମ୍ବର ୮ ତାରିଖ ମଙ୍ଗଳବାର ଅନୁଷ୍କା ଓ ଆଦିତ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିଲେ । ଭିଡିଓର ଲେଖାଥିଲା, ବେବିମାନେ ଆସିଗଲେ…। ପୋଷ୍ଟର କ୍ୟାପ୍ସନରେ ଦୁହେଁ ଲେଖିଥିଲେ, ଏବଂ ସେମାନେ ଆସିଗଲେ ।
ଦୁଇଟି ଝିଅଙ୍କ ଜନ୍ମ ପରେ ଆଦିତ୍ୟ ହାତ ହଲାଇ ପରିବାର ସଦସ୍ୟଙ୍କୁ ନିଜ ଖୁସିର ସଙ୍କେତ ଦେଇଥିଲେ । ପରେ ସେ ପରିବାର ସଦସ୍ୟଙ୍କୁ ଭେଟି ଆଲିଙ୍ଗନ କରିବା ସହ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ଦୀର୍ଘ ଅପେକ୍ଷା ପରେ ଝିଅ ଦୁଇଜଣଙ୍କୁ ପାଇବାର ଖୁସି ତାଙ୍କ ମୁହଁରେ ଦେଖାଯାଉଛି ।
ଅନୁଷ୍କା ଓ ଆଦିତ୍ୟ ଅଗଷ୍ଟ ୨୩, ୨୦୨୬ରେ ସୋସିଆଲ ମିଡିଆ ଜରିଆରେ ନିଜ ଜାଆଁଳା ଝିଅଙ୍କ ଜନ୍ମ ଖବର ଘୋଷଣା କରିଥିଲେ । ସେମାନେ ଝିଅ ଦୁଇଜଣଙ୍କ ନାମ ଭୀରା ରଞ୍ଜନ ସିଲ୍ ଏବଂ ମାହି ରଞ୍ଜନ ସିଲ୍ ରଖିଛନ୍ତି । ଦମ୍ପତି ନିଜ ପୋଷ୍ଟରେ ଖୁସି ଓ କୃତଜ୍ଞତା ପ୍ରକାଶ କରିଛନ୍ତି ।
ଅନୁଷ୍କା ରଞ୍ଜନ ଓ ଆଦିତ୍ୟ ସିଲ୍ ପ୍ରାୟ ୪ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ୨୧ ନଭେମ୍ବର ୨୦୨୧ରେ ମୁମ୍ବାଇରେ ବିବାହ କରିଥିଲେ । ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା ଏବଂ ଧୀରେ ଧୀରେ ଏହା ପ୍ରେମରେ ପରିଣତ ହୋଇଥିଲା । ମେ’ ୨୯, ୨୦୨୬ରେ ଅନୁଷ୍କା ଓ ଆଦିତ୍ୟ ସୋସିଆଲ ମିଡିଆରେ ମ୍ୟାଟର୍ନିଟି ଫଟୋଶୁଟ୍ର ଫଟୋ ସେୟାର କରି ନିଜ ପ୍ରେଗନାନ୍ସି ଖବର ଦେଇଥିଲେ ।



