ମନୋରଞ୍ଜନ

ଅକ୍ଷୟ ମହାନ୍ତିଙ୍କ ଗୀତକୁ ନେଇ ‘ଖୋକା ଭାଇ ତମ ପାଇଁ’ – Utkal Mail


ଅକ୍ଷୟ ମହାନ୍ତି କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ସେ ଏକ ଇତିହାସ । ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। “ଯା’ରେ ଭାସି ଭାସି ଯା’’ଠାରୁ “କଳଙ୍କିତ ଏକ ନାୟକ” ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସକୁ ନେଇ ଆସୁଛି କୁହୁ ସିନେଫ୍ଲିକ୍ସ ଓ ଭଦ୍ର ମୋସନ ଷ୍ଟୁଡିଓର ମିଳିତ ଉଦ୍ୟମରେ ଏକ ନିଆରା ଫିଲ୍ମ ‘ଖୋକା ଭାଇ ତମ ପାଇଁ’l ନିକଟରେ ଏହାର ଟାଇଟଲ ଘୋଷଣା ହୋଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଥିଲା ବେଳେ କାହାଣୀ ଲେଖିଛନ୍ତି ଭରଦ୍ବାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି ।

ଏହି ଫିଲ୍ମ ଏଥିପାଇଁ ନିଆରା କାରଣ ଏଥିରେ ତାଙ୍କ ଜୀବନୀ ନୁହେଁ, ତାଙ୍କ ଗୀତର କାହାଣୀ ହିଁ ଅଛି l ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ଏକଦା ରାଜ୍ କରୁଥିଲେ । ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ । ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ l ତାଙ୍କ ଗୀତରେ ରହୁଥିଲା ଏକ କାହାଣୀ l କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି । ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଯବାନ ଟୋକାଙ୍କଠାରୁ ଘରକୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ। ଆଜି ବି ସେ ଗୀତଗୁଡିକର ଚାହିଦା ରହିଛି। ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତଗୁଡିକ କେମିତି ଖାପ ଖାଉଛି ଓ ସେହି ସମ୍ପର୍କକୁ ନେଇ ତିଆରି ହେଉଛି ‘ଖୋକା ଭାଇ ତମ ପାଇଁ’।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button