ଓଡିଶା

ନାରାୟଣପାଟଣା ଅଟୋ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୧୦ ଜଣ ଛାତ୍ରଛାତ୍ରୀ

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାଲିପାଟା ଗ୍ରାମର କିଛି ଛାତ୍ରଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଦଶମ ଶ୍ରେଣୀ ପରୀକ୍ଷା ଦେବା ନିମନ୍ତେ ଯାଉଥିଲେ । ଏକ ଅଟୋ ଯୋଗେ ବାଲିପାଟାଠାରୁ ନାରାୟଣପାଟଣା ପରୀକ୍ଷା କେନ୍ଦ୍ରକୁ ଯାଉଥିବା ସମୟରେ ମୁଣ୍ଡିଗୁଡ଼ା ଛକ ନିକଟରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଅଟୋରେ ଥିବା ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା କିଛି ବ୍ୟକ୍ତି ଦୁର୍ଘଟଣାସ୍ଥଳରୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସେଠାରେ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଏକ ତିନି ଚକିଆ ଅଟୋରେ କିପରି ଦଶ ଜଣ ଛାତ୍ରଛାତ୍ରୀଙ୍କୁ ନିଆଯାଉଥିଲା । ଏହି ଦିଗରେ ପୋଲିସ ଦୃଷ୍ଟି ଦେଉଛି ନାଁ ନାହିଁ ଏନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କୌଣସି ବଡ଼ ଅଘଟଣ ଘଟିଥାନ୍ତା ଏଥିପାଇଁ କିଏ ଦାୟି ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button