ଓଡିଶା

ଘରେ ବସି ଆପଣ ବି ଜାଣି ପାରିବେ ଯେ ଆପଣ କରୋନା ଦ୍ଵାରା ସଂକ୍ରମିତ ଅଛନ୍ତି କି ନାହିଁ, ଜାଣନ୍ତୁ ଏହି ଉପାୟ

କରୋନା ଭାଇରସ ପୁରା ଦୁନିଆ ରେ ନିଜ ଆତଙ୍କ ବ୍ୟାପ୍ତ କରିଛି, ଏହା ଦ୍ଵାରା ପୁରା ଦୁନିଆରେ ୩ ଲକ୍ଷ ଠାରୁ ଅଧିକ ଲୋକ ଏହାର ଦ୍ଵାରା ସଂକ୍ରମିତ ହୋଇଛନ୍ତି, ଏହି ଭାଇରସ ଦ୍ଵାରା ପୁରା ଦୁନିଆ ରେ ୧୩ହଜାର ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ନେଇ ସାରିଛି । କିନ୍ତୁ ଏହି ଭାଇରସକୁ ଅଟକେଇବା ପାଇଁ ନିରନ୍ତର ପ୍ରୟାଶ କରା ଯାଉଛି ।

ଖବର ଅନୁଯାଇ ଚୀନ ତିଯାଂଜିନ ୟୁନିୱର୍ସିଟୀ ରେ ବୀଜିଂଗ ବାୟୋଟେକ କଂପନୀ ସହ ମିଶି ଗୋଟେ କିଟ ନିର୍ମାଣ କରିଛନ୍ତି, ଯାହାର କ୍ଲିନିକଲ ଟ୍ରାୟଲ ଚାଲିଛି ।

ଏହି କୀଟ ବିଶେଷତା ଏହା ଅଟେ ଯେ ଏହି କିଟ କେବଳ ୧୫ ମିନିଟରେ କରୋନା ଭାଇରସ ଚିହ୍ନଟ କରି ପାରିବ । ତେବେ ଏହି କିଟ ଦ୍ଵାରା ସମ୍ଭାବିତ ରୋଗୀମାନଙ୍କୁ ଚିହ୍ନଟ କରି ପାରିବେ ଓ ଏହା ଦ୍ଵାରା ସମୟ ମଧ୍ୟ ନଷ୍ଟ ହବ ନାହିଁ । କରୋନା ଭାଇରସକୁ ମହାମାରୀ ଘୋଷିତ କରା ଯାଇଛି, ଏହି ଭାଇରସ ର ଭୟଙ୍କର ହବା ପଛରେ ବହୁତ ବଡ କାରଣ ଅଟେ । ରିପୋର୍ଟ ଓ ଖବର ଅନୁଯାଇ ଏହି କଥା ସାମ୍ନାକୁ ଆସିଛି ଯେ ଭାଇରସ କୌଣସି ପଶୁ ଦ୍ଵାରା ମଣିଷରେ ଆସିଛି, ତେବେ ବୈଜ୍ଞାନିକମାନଙ୍କ ଅନୁଯାଇ କରୋନା ଦ୍ଵାରା ପୀଡିତ ରୋଗୀ ଓ ପେଙ୍ଗୋଲିନ ରେ ସ୍ଥିତ ଏହି ଭାଇରସ ଜେନେଟିକ ଶିକ୍ୱେଂସ ୯୯% ସମାନ ଅଟେ । ବର୍ତମାନ ଏହି ଅଧ୍ୟୟନ ପବ୍ଲିଶ କରା ଯାଇ ନାହିଁ ।

କରୋନା ଭାଇରସ ମୁଖ୍ୟ ଲକ୍ଷଣ :

କରୋନା ଭାଇରସ ବହୁତ ଶୀଘ୍ର ବ୍ୟାପ୍ତ ହଉଛି, ଏମିତି ସ୍ଥିତି ରେ ଭାଇରସ ଆରମ୍ଭ ଲକ୍ଷଣ ବିଷୟରେ ଜାଣିବା ବହୁତ ଆବଶ୍ୟକ ଅଟେ, କରୋନା ଭାଇରସ ରେ ପ୍ରଥମେ ଜର ଆସେ ଓ ଏହା ପରେ ଶୁଖିଲା କାସ ଓ ଗୋଟେ ସପ୍ତାହ ପରେ ଶ୍ଵାସ ଅସୁବିଧା ଆରମ୍ଭ ହୋଇଥାଏ । ଯଦି ଆପଣଙ୍କୁ ଏମିତିକା ଲକ୍ଷଣ ଦେଖା ଯାଏ ତେବେ ଡକ୍ଟରକୁ ଦେଖା କରନ୍ତୁ କାହିଁକିନା ଏହା ଆବଶ୍ୟକ ନୁହଁ ଯେ ଆପଣଙ୍କୁ କରୋନା ହୋଇଥିବା ଅଲଗା ରୋଗ ମଧ୍ୟ ହୋଇପାରେ ସେଥିପାଇଁ ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ ଓ କୌଣସି ଜିନିଷ ହାଲ୍କା ରେ ନିଅନ୍ତୁ ନାହିଁ । ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ଏବଂ ସରକାରଙ୍କର ସମସ୍ତ ନିୟମ ପାଳନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button