ଜୀବନଶୈଳୀ

ରକ୍ତଚାପ ସମସ୍ୟା ଥିଲେ ଏହିପରି କରନ୍ତୁ

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରସୁଣରୁ ଔଷଧ ପ୍ରସ୍ତୁତ ହୋଇଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟାର ରସୁଣ ଘରୋଇ ଉପଚାର ହୋଇଥାଏ। ଏହା ପେଟ ଗ୍ୟାସ, ଥଣ୍ଡା ସର୍ଦ୍ଦି ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଜାଣନ୍ତୁ, ଖାଲିପେଟରେ ରସୁଣ ଖାଇବା ଦ୍ୱାରା କ’ଣ ଉପକାର ମିଳିଥାଏ।

* ଯଦି ଆପଣଙ୍କଠାରେ ରକ୍ତଚାପ ସମସ୍ୟା ଥାଏ, ତେବେ ଖାଲିପେଟରେ ୨ରୁ ୩ କୋଲା ରସୁଣ ଖାଆନ୍ତୁ। ରସୁଣରେ ରକ୍ତଚାପ ନିୟନ୍ତ୍ରଣ କ୍ଷମତା ଅଛି। ତେଣୁ ସକାଳୁ ଖାଲିପେଟରେ ରସୁଣ ଚୋବେଇ ଖାଇବା ଲାଭଦାୟକ ହୋଇଥାଏ।

* ଏହା ହୃଦ୍ଘାତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ ଆଶଙ୍କା ଦୂର କରିଥାଏ। ରକ୍ତ ଜମାଟ ହେବାକୁ ଦେଇ ନ ଥାଏ। ଏଥିରୁ ମୁକ୍ତି ପାଇବା ଲାଗି ସକାଳୁ ଖାଲିପେଟରେ ରସୁଣ ଖାଇବା ଉଚିତ।

* ପେଟ ଓ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ଲାଗି ଖାଲିପେଟରେ ରସୁଣ ଖାଆନ୍ତୁ।

* ଖାଲିପେଟରେ ରସୁଣ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗିଥାଏ। ପାଚନତନ୍ତ୍ର ଠିକ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button