ବିଚାର

ଅନ୍ତିମ ସଂସ୍କାର ପରେ ପଛକୁ ମୋଡ଼ି କାହିଁକି ଦେଖନ୍ତି ନାହିଁ ? ଜାଣନ୍ତୁ କାରଣ

ଭଗବାନଙ୍କ ସୃଷ୍ଟିରେ ଥିବା ସମସ୍ତ ପ୍ରାଣୀର ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ ଅଟେ। ମଣିଷ ଏହି ଦୁନିଆକୁ ଆସିଛି ଅର୍ଥ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ। ଏହି ଦୁନିଆରେ ଅଧିକାଂଶ ମଣିଷ ଅଛନ୍ତି, ଯେଉଁ ମାନେ ମୃତ୍ୟୁକୁ ବହୁତ ଭୟ କରିଥାନ୍ତି।

ଏହି ବିଷୟକୁ ନେଇ ପାଞ୍ଚ ପାଣ୍ଡବଙ୍କ ଜ୍ୟେଷ୍ଠ ଭାଇ ଯୁଧିଷ୍ଠିର ଅକ୍ଷୟଙ୍କୁ କହିଥିଲେ ଯେ ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି, ମଣିଷ ପ୍ରତିଦିନ କାହାକୁ ନା କାହାକୁ ମରିବାର ଦେଖିଥାଏ। କିନ୍ତୁ ନିଜର ମୃତ୍ୟୁ ବିଷୟରେ କେବେ ମଧ୍ୟ ଚିନ୍ତା କରି ନଥାଏ। ଆମ ଶରୀର ପାଞ୍ଚଟି ତତ୍ଵ ଯଥା ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶରୁ ତିଆରି ହୋଇଥାଏ।ମୃତ୍ୟୁ ସମୟ ଆସିଲେ ମଣିଷର ଶରୀର ବିଲୀନ ହୋଇ ଯାଇଥାଏ।

ମଣିଷ ଧନ ସମ୍ପତ୍ତିର ମାଲିକ ହେଲେ ମଧ୍ୟ ଦିନେ ଏହି ଦୁନିଆରୁ ଖାଲି ହାତରେ ତାକୁ ଯିବାକୁ ପଡିଥାଏ। ଆଜି ଆମେ ଆପଣ ମାନଙ୍କୁ ମଣିଷର ଅନ୍ତିମ ସଂସ୍କାର ପରେ କାହିଁକି ପଛକୁ ମୋଡ଼ି ଦେଖନ୍ତି ନାହିଁ, ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ଗରୁଡ ପୁରାଣ ଅନୁସାରେ ମଣିଷର ଅନ୍ତିମ ସଂସ୍କାର ପରେ ତାଙ୍କ ସମ୍ପର୍କୀୟ ମାନେ ପଛକୁ ବୁଲି ଶ୍ମଶାନ ଘାଟକୁ ଦେଖିବା ଉଚିତ ନୁହେଁ। କାରଣ ମୃତ୍ୟୁ ପରେ ବ୍ୟକ୍ତିର ଦାହ ସଂସ୍କାର କରିବା ପରେ ଶରୀର ଜଳି ଯାଇଥାଏ, କିନ୍ତୁ ଆତ୍ମାର ଅସ୍ତିତ୍ଵ ସେଠାରେ ହିଁ ରହିଥାଏ

ଶ୍ରୀମଦ୍ଭାଗବତ ଗୀତାରେ କୁହାଯାଇଛି କି ଆତ୍ମାକୁ କୌଣସି ଶସ୍ତ୍ର କାଟିପାରେ ନାହିଁ, ଅଗ୍ନି ଜଳାଇପାରେ ନାହିଁ, ଜଳ ତରଳାଇପାରେ ନାହିଁ, ବାୟୁ ଶୁଖାଇ ପାରେ ନାହିଁ। ଆତ୍ମାର କର୍ମ ଅନୁସାରେ ସେ ପୁଣି ଶରୀରରେ ପ୍ରବେଶ କରି ପୁନର୍ଜନ୍ମ ନେଇଥାଏ। ମୃତ୍ୟୁ ପରେ ଆତ୍ମା ଦାହ ସଂସ୍କାର ଓ ସବୁ କର୍ମକୁ ନିଜ ଆଖିରେ ଦେଖିଥାଏ। ତାର ସଂସାର ପ୍ରତି ମୋହ ଛାଡ଼ି ନଥାଏ।

ମୃତ୍ୟୁ ହୋଇ ଯାଇଥିବା ବ୍ୟକ୍ତିର ଆତ୍ମା ମୋହଗ୍ରସ୍ତ ହେବା ପରେ ତାର ଆତ୍ମା ପରିବାର ଲୋକଙ୍କ ଆଖପାଖରେ ଘୂରି ବୁଲୁଥାଏ। ଏହି ସ୍ଥିତିରେ ମୃତକର ଆତ୍ମାକୁ ମୁକ୍ତି ପାଇବା ପାଇଁ ବହୁତ କଷ୍ଟ ହୋଇଥାଏ। ତେଣୁ ଆତ୍ମାକୁ ଏହି ପରିସ୍ଥିତିରେ ସାଂସାରିକ ମୋହମାୟା ତ୍ୟାଗ କରିବା ନିହାତି ଜରୁରୀ ଅଟେ।ନଚେତ ଆତ୍ମା ପରଲୋକ ଗମନ କରି ପାରିବ ନାହିଁ। ତେଣୁ ଆତ୍ମାର ମୁକ୍ତି ପାଇଁ ଦାହ ସଂସ୍କାର ପରେ କୌଣସି ପରିବାର ଲୋକ ପଛକୁ ମୋଡ଼ି ଦେଖିବା ଉଚିତ ନୁହେଁ।

ଯଦି ଦାହ ସଂସ୍କାର ପରେ କୌଣସି ପରିବାର ସଦସ୍ୟ ପଛକୁ ଫେରି ଦେଖନ୍ତି, ତାହେଲେ ମୃତକଙ୍କ ଆତ୍ମାକୁ ଲାଗିଥାଏ କି ଏବେ ମଧ୍ୟ ପରିବାର ଲୋକେ ତାଙ୍କୁ ପାଖରେ ଚାହୁଁଛନ୍ତି। ଯଦି କେହି ମଧ୍ୟ ପଛକୁ ମୋଡ଼ି ନ ଦେଖନ୍ତି, ତାହେଲେ ଆତ୍ମାକୁ ସୂଚିତ ହୁଏ କି ତାର ଏହି ଦୁନିଆରେ ସମୟ ଶେଷ ହୋଇ ସାରିଛି। ତେଣୁ ପଛକୁ ଫେରି ନ ଦେଖିବାର ସଂକେତ ହେଉଛି, ଆତ୍ମାର ପରିବାର ଓ ଦୁନିଆ ଠାରୁ ସବୁ ମୋହମାୟା ଶେଷ ହୋଇ ସାରିଛି

Related Articles

Leave a Reply

Your email address will not be published. Required fields are marked *

Back to top button