କମିଛି ସୁନା ଦର; ଜାଣନ୍ତୁ ବଜାରରେ କେତେ ଅଛି ମୂଲ୍ୟ

Gold-Silver Price Today: ସୋମବାର ଭଳି ମଙ୍ଗଳବାର ମଧ୍ୟ ସୁନା ଦରରେ ହ୍ରାସ ଘଟିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ସୁନା ବଜାରରେ ଭରି ପିଛା ୧୦ ଟଙ୍କା ହ୍ରାସ ଘଟିଛି। ସେହିପରି ମନି କଣ୍ଟ୍ରୋଲ ତଥ୍ୟ ଅନୁଯାୟୀ ମଧ୍ୟ ଭରି ପିଛା ୨୦୦ ଟଙ୍କା ହ୍ରାସ ପାଇଛି।
ତଥ୍ୟ ଅନୁଯାୟୀ ଦିଲ୍ଲୀରେ ୨୪ ଓ ୨୨ କ୍ୟାରେଟ ସୁନା ଭରି ପିଛା ୭୩୩୦୦ ଟଙ୍କାରେ କାରବାର କରୁଛି। ସେହିପରି ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ୨୨ କ୍ୟାରେଟ ସୁନା ଭରି ପିଛା ୬୭୧୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଭରିପିଛା ୭୩୨୪୦ ଟଙ୍କାରେ କାରବାର କରୁଛି।
ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର।
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଆଜି ଭାରତୀୟ ବଜାରରେ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୭୨୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩୩୭୦ ଟଙ୍କା ରହିଛି।
ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩୨୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୨୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୭୩,୩୫୦ ଟଙ୍କା ରହିଛି।
ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୭,୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୩,୨୪୦ ଟଙ୍କା ରହିଛି ।
ମିସ କଲ କରି ଜାଣିପାରିବେ ସୁନାରୂପା ଦର
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣ ଦର ଜାଣିପାରିବେ। ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।
ଏଭଳି ଭାବେ ଜାଣନ୍ତୁ ସୁନାର ଶୁଦ୍ଧତା
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।