ଓଡିଶା
ଯୁବତୀ ର ପ୍ରେମରେ ପାଗଳ ହେଲା ଯୁବତୀ, ଲୁଚିକରି ହେଲେ ବିବାହ, ହେଲେ ତାପରେ ଯାହା ହେଲା…

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଅନେକ ପ୍ରକାରର ଖବର ପାଇ ପାରୁଥିବେ । ଆଜିକାଲି ଦୁନିଆରେ ସବୁକିଛି ସମ୍ଭବ ହୋଇ ଆସିଲାଣି ।
ଆଉ ଲୋକମାନେ ସବୁ କିଛି କାମ ବି କରୁଛନ୍ତି । ଏବେ ଏକ ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଆଜିକାଲି ସମାଜରେ ସମଲିଙ୍ଗୀ ବିବାହ କରିବା ଏକ ନୂଆ କଥା ନୁହେଁ ।

ଏହି ଆଧାରରେ ପୁଅ ପୁଅକୁ, ଝିଅ ଝିଅକୁ ବିବାହ କରିପାରିବେ । ଏବେ ଏଭଳି ଏକ ସମଲିଙ୍ଗୀ ବିବାହ ସାମ୍ନାକୁ ଆସିଛି । ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ସମଲିଙ୍ଗୀ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇଜଣ ଯୁବତୀ । ଦୁର୍ଗା ଦେବୀଙ୍କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ଦୁଇ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପାଟପୁରା ଅଂଚଳରେ ଏହି ବାହାଘରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଚାଲିଛି ।
ବାହାଘର ପାଇଁ ଶଙ୍ଖ, ମହୁରୀ ବାଜି ନଥିଲା କି ହୋମ ନିଆଁ ଜଳି ନଥିଲା କି କଉଡ଼ି ଖେଳ ହୋଇ ନଥିଲା । ମନ୍ଦିରରେ ପରସ୍ପର ବେକରେ ବରଣମାଳ ପକାଇ ମଥାରେ ସିନ୍ଦୂର ଦେଇ ନିଜର ଦୀର୍ଘ ବର୍ଷର ପ୍ରେମକୁ ସାର୍ଥକ କରିଛନ୍ତି । ତିନିମାସ ହେଲା ଦୁଇଜଣ କୁଆଡେ ଫେରାର ହୋଇ ଯାଇଥିଲେ ।
ଆଉ ଏହାପରେ ପୋଲିସ ଥାନାରେ ସେମାନଙ୍କ ଘରଲୋକ ନିଖୋଜ ଅଭିଯୋଗ କରିଥିଲେ । ଆଉ ଏବେ ସେମାନେ ବିବାହ କରି ଖୁସିରେ ଅଛନ୍ତି । ସମାଜ ତାଙ୍କୁ ଗ୍ରହଣ ନକରୁ କିନ୍ତୁ ଉଭୟ ଉଭୟଙ୍କୁ ଗ୍ରହଣ କରିଛନ୍ତି ।
ଆଉ ଏହି ବିବାହ ପାଇଁ ଉଭୟଙ୍କ ପରିବାର ଲୋକେ ରାଜି ନଥିଲେ । କିନ୍ତୁ ଏହି ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆଉ ସେମାନେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ସେମାନେ ସମାଜର କିଛି କଥାକୁ ଖାତିର ନକରି ବିବାହ ହୋଇଥିଲେ । ଆଉ ଏହି ବିବାହ କରିବାର ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ।