କ୍ରୀଡା

ଓଡିଆ ପୁଅ ହେଲେ କୋଟିପତି

ଟି-୨୦ ବିଶ୍ୱକପରେ ଭାରତ ବିଶ୍ବ ବିଜେତା ହେବା ପରେ ଭାରତୀୟ ଖେଳାଳିଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ତେବେ ଏହି ପୁରସ୍କାର ରାଶିରେ କୋଟିପତି ହୋଇଛନ୍ତି ଜଣେ ଓଡିଆ ପୁଅ । ଆଉ ଯାହାକୁ ନେଇ ଆଜି ପୁରା ଓଡିଶା ଗର୍ବ ଅନୁଭବ କରୁଛନ୍ତି । ତେବେ କୋଟି ପତି ହୋଇଥିବା ଓଡିଆ ପୁଅ ଜଣକ ହେଉଛନ୍ତି ଶିବସୁନ୍ଦର ଦାସ । ସେ ସିନିୟର ଟିମରଚୟନକର୍ତ୍ତା ସଦସ୍ୟ ରହିଛନ୍ତି ।

ଟିମ୍ ଇଣ୍ଡିଆକୁ ପୁରସ୍କାର ରାଶି ଭାବେ ବିସିସିଆଇ ୧୨୫ କୋଟା ଟଙ୍କା ପ୍ରଦାନ କରଯାଇଛି । ଏହି ମୋଟା ଅଙ୍କର ପୁରସ୍କାର ରାଶିକୁ ଖେଳାଳି, କୋଚ ଓ ଅନ୍ୟ ଷ୍ଟାଫଙ୍କ ମଧ୍ୟରେ ଭାଗବଣ୍ଟା କରାଯିବ । ତେବେ କେଉଁ ଖେଳାଳିଙ୍କୁ କେତେ ଟଙ୍କା ଦିଆଯିବ ଚାଲନ୍ତୁ ଜାଣିବା । ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତୀୟ ଟିମରେ୧୫ ଜଣିଆ ସ୍କାର୍ଡରେ ଥିବା ଖେଳାଳି ଓ ମୁଖ୍ୟକୋଚ ରାହୁଲ ଦ୍ରାବିଡଙ୍କୁ ୫ କୋଟି ଲେଖାଏଁ ପ୍ରଦାନ କରାଯିବ ।

ସେହିପରି ବ୍ୟାଟିଂ କୋଚ ବିକ୍ରମ ରାଥୋଡ, ବୋଲିଂ କୋଚ ପାରସ ଓ ଫିଲ୍ଡିଂ କୋଚ ଟି ଦିଲ୍ଲୀପଙ୍କୁ ଅଢେଇ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ସେହିପରି ଚୟନକର୍ତ୍ତା ଟିମ ଥିବା ଅଜିତ ଅଗରକର, ଶିବସୁନ୍ଦର ଦାସ ଓ ଅତିରିକ୍ତ ଖେଳାଳି ସୁବମନ ଗିଲ, ରିଙ୍କୁ ସିଂ, ଅଭେଶ ଖାନ, ଖାଲେଲ ଅହମ୍ମଦ ଏକ କୋଟି ଟଙ୍କା ପାଇବେ । ଅନ୍ୟ ଷ୍ଟାଫଙ୍କୁ ୨ କୋଟି ଲେଖାଏଁ ଦିଆଯିବ । ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ୫କୋଟି ଟଙ୍କା ପାଇବେ ଏହି ଖେଳାଳି

Related Articles

Leave a Reply

Your email address will not be published. Required fields are marked *

Back to top button