କ୍ରୀଡା

କାନ୍ଦିଲେ, ଦଣ୍ଡବତ ହେଲେ, ବିଦାୟ ନେଲେ

ପ୍ରାରମ୍ଭିକ ଭାବେ ହିନ୍ଦୀ ଭାଷା କୁହାଯାଉଥିବା ପରିବେଶରେ ଶ୍ରୀଜେଶ ଅଡ଼ୁଆ ଅନୁଭବ କରିଥିଲେ। କିନ୍ତୁ ସେ ନିଜ ଗୋଲକିପିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଥିସହ ନିଜକୁ ମଧ୍ୟ ହିନ୍ଦୀ ଭାଷା ପରିବେଶରେ ଖାପ ଖୁଆଇ ଦେଇଥିଲେ।

ଶ୍ରୀଜେଶ ତାଙ୍କ କ୍ୟାରିୟର ମଧ୍ୟରେ ୩ ଥର ଏସିଆନ ଗେମ୍ସ ମେଡାଲ ଜିତିଛନ୍ତି। ଏହା ମଧ୍ୟରେ ୨୦୨୨ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ଏହି ସ୍ୱର୍ଣ୍ଣ ପଦକ ଯୋଗୁ ଭାରତୀୟ ଟିମ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ଥିଲା। ୨୦୨୧ ଓ ୨୦୨୨ରେ ସେ ଏଫଆଇଏଚ୍ ପକ୍ଷରୁ ଶ୍ରେଷ୍ଠ ଗୋଲକିପର ଆଖ୍ୟା ପାଇଥିଲେ।

ଭାରତୀୟ ହକି ପାଇଁ ତାଙ୍କର ଅବଦାନ ଯୋଗୁ ଶ୍ରୀଜେଶ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ୨୦୨୧ରେ ତାଙ୍କୁ ଖେଳ ରତ୍ନରେ ସମ୍ମାନୀତ କରାଯାଇଥିଲା।

ଭାରତ ୧୯୭୨ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ବ୍ୟାକ ଟୁ ବ୍ୟାକ ପଦକ ଜିତିଛି। ଏଥିସହ ଅଲିମ୍ପିକ୍ସରେ ଭାରତୀୟ ହକି ନିଜର ୧୩ତମ ମେଡାଲ ହାସଲ କରିଛି। ଏଥିରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button