ଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ଏହି ୫ ରାଶିଙ୍କ ବଦଳିବ ଭାଗ୍ୟ, ମିଳିବ ଶୁଭ ଫଳ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହାଛଡ଼ା ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଭାଗ୍ୟ ମଧ୍ଯ ବଦଳିଥାଏ ।
ମେଷ ରାଶି:-
ବୃହସ୍ପତିଙ୍କର ବକ୍ର ଗତି ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ ହେଇପାରେ । କାରଣ ବୃହସ୍ପତି ମେଷ ରାଶିରେ ଲଗ୍ନ ଭାବରେ ବକ୍ର ଚଳନ କରିବାକୁ ଯାଉଛନ୍ତି । ଏହାଦ୍ବାରା ଏହି ରାଶିର ବ୍ୟକ୍ତିମାନଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଏହାସହ ନୂତନ ଉତ୍ସାହର ସଂଚାର ମଧ୍ୟ ହେବ । ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ ।
ମିଥୁନ ରାଶି:-
ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଫଳରେ ରାଜଯୋଗ ଗଠନ ହେବାକୁ ଯାଉଛି । ଏହି ଯୋଗ ଫଳରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ ହେବ । ଏହି ସମୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି ।
ସିଂହ ରାଶି:-
ସ୍ୱାସ୍ଥ୍ୟ ଭଲ ରହିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଲୋକମାନଙ୍କ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।
ତୁଳା ରାଶି:-
ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କର ବକ୍ର ଚଳନ ଅନୁକୂଳ ହେବ । କାରଣ ଗୁରୁ ଗ୍ରହ ଆପଣଙ୍କ ଗୋଚର କୁଣ୍ଡଳୀ ସପ୍ତମ ଭାବରେ ଯାତ୍ରା କରିବେ । ଏହା ପ୍ରଭାବରେ ଏହି ରାଶିର ବିବାହିତ ବ୍ୟକ୍ତି ମାନକର ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ମାନକ ପାଇଁ ବିବାହର ଯୋଗ ରହିଛି । ବୃହସ୍ପତି, ତୁଳା ରାଶିର ତୃତୀୟ ଏବଂ ଷଷ୍ଠ ସ୍ଥାନର ଅଧିପତି ଅଟନ୍ତି । ଏହାଦ୍ବାରା ଆପଣଙ୍କୁ କୋର୍ଟକଚେରି ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି ।
ଧନୁ ରାଶି :-
ଆପଣଙ୍କର ଚାକିରି କ୍ଷେତ୍ର ରେ ପଦ ଉନ୍ନତି ହୋଇପାରେ । ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ବେପାର କ୍ଷେତ୍ରରେ ବୃଦ୍ଧି ହେବ । ଯେଉଁ ମାନଙ୍କର ଚାକିରି ହେଉ ନ ଥିଲା ସେମାନେ ନୂଆ ସରକାରି ଚାକିରି ପାଇବେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ନୂଆ କାମ ଆରମ୍ଭ କରିବେ ।