ରାଶିଫଳ

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଖୀ ପୂର୍ଣ୍ଣିମା ଭଳି ଦିନରେ କିପରି କଟିବ ଆପଣଙ୍କ ଦିନ

ମେଷ: ସହଭାଗୀମାନଙ୍କଠାରୁ ସତର୍କ ରୁହନ୍ତୁ । ପରିବାର ସହିତ ଭଲ ସମ୍ପର୍କ ରଖନ୍ତୁ । ସାଙ୍ଗମାନଙ୍କଠାରୁ ଖୁସି ଖବର ଶୁଣିବାକୁ ମିଳିବ । କାର୍ଯ୍ୟକ୍ଷେତ୍ରରେ କୌଣସି ବିଶେଷ ପଦ କିମ୍ବା ଦାୟିତ୍ୱ ମିଳିପାରେ ।

ବୃଷ: ଯଦି ଆପଣ ନିଜ କାର୍ଯ୍ୟରେ ପୂର୍ଣ୍ଣ ପ୍ରୟାସ କରିବେ, ତେବେ ଆପଣ ସଫଳ ହେବେ । ଆୟର ନୂତନ ଉତ୍ସ ସୃଷ୍ଟି ହେବ । କାର୍ଯ୍ୟସ୍ଥଳରେ କଠିନ ପରିଶ୍ରମ କରିବାକୁ ପଡ଼ିବ ।

ମିଥୁନ: ଆଜିର ଦିନ ଭଲ ରହିବ । ବିଦେଶ ଯାତ୍ରାରେ ଯାଇପାରନ୍ତି । କୋର୍ଟ ମାମଲାରେ ସଫଳତା ମିଳିବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଜୀବନରେ ଆସୁଥିବା ବାଧା ଦୂର ହେବ ।

କର୍କଟ: ନୂଆ କାମ ଆରମ୍ଭ କରୁଥିଲେ, ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ବହୁତ ଭଲ । ପରିବାରରେ ମାନ ସମ୍ମାନ ବଢ଼ିବ । ସାଥୀଙ୍କ ସହଯୋଗ ମିଳିବ ।

ସିଂହ: ବ୍ୟବସାୟରେ ଲାଭ ମିଳିବ । ପରିବାରରେ ପୁରୁଣା ବିବାଦ ଶେଷ ହେବ । ସଙ୍ଗୀତ ପ୍ରତି ରୁଚି ବଢ଼ିବ । ଆଜି ଆପଣଙ୍କ ରାଶିରେ ଧନଲାଭର ଯୋଗ ରହିଛି ।

କନ୍ୟା: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ ଭରି ରହିବ । ଠିକ୍‌ ଢଙ୍ଗରେ କାମ କଲେ, ସଫଳତା ନିଶ୍ଚୟ ହାସଲ କରିବେ । ଚାକିରି ପାଇବାରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଆପଣ ନିଜର ଏକ ପରିଚୟ ସୃଷ୍ଟି କରିବେ । ପତିପତ୍ନୀଙ୍କ ପାଇଁ ଆଜିର ଦିନଟି ଭଲ । ବିକାଶର ନୂଆ ରାସ୍ତା ଖୋଲିପାରେ । ଆର୍ଥିକ ଲାଭ ହୋଇପାରେ ।

ବିଛା: ଆର୍ଥିକ ସ୍ଥିତିରେ ସୁଧାର ହେବ । ଆଜି ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ । ନିଜ କଥାରେ ଆପଣ ଲୋକଙ୍କ ହୃଦୟ ଜିତିବେ । ଆଜି ବ୍ୟବସାୟରେ ଅଧିକ ନିବେଶ କରନ୍ତୁ ନାହିଁ ।

ଧନୁ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଲାଭଦାୟକ ରହିବ । ଆଜିର ଦିନ ଏକ ଆନନ୍ଦଦାୟକ ଦିନ ହେବ । ନିଜ ଲୋକଙ୍କ ସହିତ କିଛି ସମୟ ବିତାଇ ଆପଣ ଭଲ ଅନୁଭବ କରିବେ ।

ମକର: ଆଜିର ଦିନ ଆପଣଙ୍କ ବ୍ୟକ୍ତିତ୍ୱ ଫୁଟି ଉଠିବ । ଭଲ ବ୍ୟକ୍ତିତ୍ୱ ଆପଣଙ୍କୁ ସମାଜରେ ଏକ ଭିନ୍ନ ପରିଚୟ ଦେବାରେ ସାହାଯ୍ୟ କରିବ । ଆଜି ଆପଣ କୌଣସି ବଡ଼ ଖର୍ଚ୍ଚ କରିବା ଉଚିତ୍ ନୁହେଁ ।

କୁମ୍ଭ: ଆପଣ ଆଜି ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କଠାରୁ ସାହାଯ୍ୟ ପାଇବେ । ନିଜ କାମକୁ ଅଣଦେଖା କରିବା ଠିକ୍ ନୁହେଁ । ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ମୀନ: ଆଜି ଅଫିସରେ ବସ୍ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇପାରନ୍ତି ଏବଂ ପୁରସ୍କାର ସ୍ୱରୂପ ପଦୋନ୍ନତି ଦେଇପାରନ୍ତି । ଏଥିପାଇଁ କାମ ଉପରେ ପୂରା ଧ୍ୟାନ ଦିଅନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button