ଓଡିଶା

୨୧ ଅଗଷ୍ଟ ବୁଧବାରରେ ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ରହିବ ବନ୍ଦ ଏବଂ କଣ ରହିବ ଖୋଲା

ଏସସି / ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଳିତ ସଂଗଠନ ଅଗଷ୍ଟ ୨୧ ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ସଂରକ୍ଷଣ ବଚାଓ କମିଟିର ଭାରତ ବନ୍ଦ ଡାକରକୁ ଅନେକ ସଂଗଠନ ସମର୍ଥନ ଜଣାଇଛନ୍ତି । ଏପରିକି ବିଏସପିର ସମର୍ଥନ ମଧ୍ୟ ମିଳିଛି । ଏହି ବନ୍ଦ ଡାକରାକୁ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ପୋଲିସକୁ ମଧ୍ୟ ଏନେଇ ସତର୍କ କରାଯାଇଛି ।

କିଛିଦିନ ତଳେ ସୁପ୍ରିମ୍‌କୋର୍ଟ ଏସ୍‌-ଏସ୍‌ଟି ଆରକ୍ଷଣରେ କ୍ରିମି ଲେୟର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏ ନେଇ କହିଥିଲେ ଯେ, ଯେଉଁମାନଙ୍କୁ ବାସ୍ତବରେ ଏହି ଆରକ୍ଷଣର ଆବଶ୍ୟକତା ଅଛି ସେମାନଙ୍କୁ ପ୍ରଥମିକତା ଦେବା ମିଳିବା ଜରୁରୀ । ଯାହାକୁ ବିରୋଧ କରୁଛନ୍ତି କିଛି ଦଳ । ଭାରତ ବନ୍ଦ ଡାକରା ଦେଇଥିବା ଦଳ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରିଛି ।

ଭରତ ବନ୍ଦ ସମୟରେ କ’ଣ ବନ୍ଦ ରହିବ

ଭାରତ ବନ୍ଦ ସମୟରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ତେବେ ଭାରତ ବନ୍ଦ ସମୟରେ ଏହା ସାଧାରଣ ପରିବହନ ସେବା ଉପରେ ପ୍ରଭାବ ପକାଇପାରେ । କେତେକ ସ୍ଥାନରେ ଘରୋଇ କାର୍ଯ୍ୟାଳୟ ବନ୍ଦ ହୋଇପାରେ । ଜନସାଧାରଣ ପରିବହନ ସେବା (ବସ୍, ଅଟୋ) ବନ୍ଦ ରହିବ।

ଏହି ସେବାଗୁଡିକ ଜାରି ରହିବ

ଭରତ ବନ୍ଦ ସମୟରେ ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ। ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଦେଶ ଆସିନାହିଁ। ତେଣୁ ବୁଧବାର ଦିନ ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button